ଗଂଜେଇ ଚୋରା ଚାଲାଣ କରି ୫ କଲେଜ ଛାତ୍ର ଗିରଫ

ଗଂଜେଇ ମାଫିଆଙ୍କ ଟାର୍ଗେଟରେ ଏବେ କଲେଜ ଛାତ୍ର । ସ୍ଥାନୀୟ ଛାତ୍ରଙ୍କୁ ଆୟୁଧ କରି ଗଂଜେଇ ଚୋରା ଚାଲାଣ କରିବାକୁ ଗଂଜେଇ ମାଫିଆଙ୍କ ଚାଲ । ଅର୍ଥ ଲୋଭରେ ପଥ ଭ୍ରଷ୍ଟ ହେଉଛନ୍ତି ଛାତ୍ର ଓ ଯୁବ ସମାଜ । ଆଜି ଗଂଜେଇ ଚୋରା ଚାଲାଣରେ ଗିରଫ ହୋଇଛନ୍ତି ୫ କଲେଜ ଛାତ୍ର । ଗଂଜେଇ ଚୋରା ଚାଲାଣ ବେଳେ ନନ୍ଦପୁର ପୋଲିସ ଦ୍ବାରା ୮ ଜଣ ଗିରଫ ହୋଇଛନ୍ତି।

କୋରାପୁଟ(କେନ୍ୟୁଜ୍‌) : ଗଂଜେଇ ମାଫିଆଙ୍କ ଟାର୍ଗେଟରେ ଏବେ କଲେଜ ଛାତ୍ର । ସ୍ଥାନୀୟ ଛାତ୍ରଙ୍କୁ ଆୟୁଧ କରି ଗଂଜେଇ ଚୋରା ଚାଲାଣ କରିବାକୁ ଗଂଜେଇ ମାଫିଆଙ୍କ ଚାଲ । ଅର୍ଥ ଲୋଭରେ ପଥ ଭ୍ରଷ୍ଟ ହେଉଛନ୍ତି ଛାତ୍ର ଓ ଯୁବ ସମାଜ । ଆଜି ଗଂଜେଇ ଚୋରା ଚାଲାଣରେ ଗିରଫ ହୋଇଛନ୍ତି ୫ କଲେଜ ଛାତ୍ର । ଗଂଜେଇ ଚୋରା ଚାଲାଣ ବେଳେ ନନ୍ଦପୁର ପୋଲିସ ଦ୍ବାରା ୮ ଜଣ ଗିରଫ ହୋଇଛନ୍ତି।

୮ ଜଣକ ମଧ୍ୟରୁ ୩ ଜଣ ଗଂଜେଇ ମାଫିଆ ଥିବାବେଳେ ୫ ଜଣ କଲେଜ ଛାତ୍ର ରହିଛନ୍ତି। ବିହାର ରାଜ୍ୟର ୨ ଜଣଙ୍କୁ ଦାମନଜୋଡି ରେଳ ଷ୍ଟେସନ ନିକଟରୁ ଗିରଫ କରାଯାଇଛି ବୋଲି ନନ୍ଦପୁର ଏସଡିପିଓ ସଂଜୟ ମହାପାତ୍ର ସୂଚନା ଦେଇଛନ୍ତି ।

୮ ଜଣକ ମଧ୍ୟରୁ ଜଣକର ଘର ବିହାର ହୋଇଥିବାବେଳେ ନନ୍ଦପୁର କଲେଜର ୨ ଜଣ ଛାତ୍ର ଓ ସେମିଳିଗୁଡା କଲେଜର ୩ ଛାତ୍ର ଥିବା ଜଣାଯାଇଛି । ନନ୍ଦପୁର ଅଂଚଳରୁ ଦାମନଜୋଡି ଗଞ୍ଜେଇ ଚାଲାଣ କରୁଥିବା ବେଳେ ନନ୍ଦପୁର ପୋଲିସ ଗିରଫ କରିଛି ।

ଏସକ୍ରସ କାରରେ ଚାଲାଣ ହେଉଥିବା ବେଳେ ଗଂଜେଇ ଜବତ ହୋଇଛି । ଦାମନଜୋଡି ରେଳ ଷ୍ଟେସନରେ ଅପେକ୍ଷା କରିଥିବା ୨ ବିହାରୀ ମାଫିଆକୁ ଗଂଜେଇ ଯୋଗାଇବାକୁ ଯାଉଥିବା ବେଳେ କାର ସହ ଗଂଜେଇ ଜବତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.