ବଜ୍ରାଘାତ ନେଲା ୮ ଜୀବନ, ବିଲରେ ସ୍ୱାମୀ-ସ୍ତ୍ରୀ ଓ ଛେଳି ଚାରାଳୀ

ଆଜି ବଜ୍ରାଘାତରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ୮ ଜଣଙ୍କର ମୃତ୍ୟୁ ଘଟିଛି  l ବିଲରେ କାମ କରୁଥିବାବେଳେ ସ୍ୱାମୀ-ସ୍ତ୍ରୀ ଓ ଛେଳି ଚାରାଳୀଙ୍କ ବଜ୍ରାଘାତ ଯୋଗୁ ମୃତ୍ୟୁ ହୋଇଥିବା ବେଳେ ଘରେ ଥିବା ବେଳେ ଜଣେ ନାବାଳକର ମୃତ୍ୟୁ ଘଟିଛି  l  ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଗୋପୀନାଥପୁର ପଞ୍ଚାୟତ ସାହୁପଡ଼ା ଗ୍ରାମରେ ଛେଳି ଚରାଉଥିବା ବେଳେ ଚକ୍ରଧର ଦାସଙ୍କ ମୃତ୍ୟୁ ହୋଇଥିବା ବେଳେ ଘଟଗାଁ-ହରିଚନ୍ଦନପୁର ଥାନା ଧୁରୁଡ଼ିଆମ୍ବ ଗ୍ରାମରେ ବଜ୍ରପାତ ହେବାରୁ ଗ୍ରାମର କିଶୋର ମୁଣ୍ଡାଙ୍କ ପୁଅ ରାଜେଶ ମୁଣ୍ଡାଙ୍କ ମୃତ୍ୟୁ ଘଟିଛି  l  ଏଥିସହ ଭଞ୍ଜନଗରରେ ମଧ୍ୟ ବଜ୍ରପାତ ଯେ।ଗୁ ଜଣେ ଗାଇ ଜଗୁଆଳୀଙ୍କ ମୃତ୍ୟୁ ଘଟିଛି । ତାରାସିଙ୍ଗ ନିକଟ ତୋଲଡି ଗାଁ ନିକଟରେ ଘଟିଛି ଏହି ଅଘଟଣ ।  ସେହିପରି ଚାନ୍ଦବାଲି ଗୋବିନ୍ଦପୁର ଗାଁରେ ଜଣେ ଯୁବକ ମୃତ୍ୟୁ ହୋଇଥିବା ବେଳେ କାମାକ୍ଷାନଗର ଭୂବନ ଥାନା ଓଡ଼ିଶ ଗାଁରେ ଜଣେ ଓ ରାଜକନିକା ଆଳିରେ ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇ ପୋଲିସ ଘଟଣାର ତଦନ୍ତ ଚଳାଇଛି  l

ସୂଚନା ଯେ ମୟୂରଭଞ୍ଜ ଜିଲ୍ଲା, ବୈଶିଙ୍ଗା ଥାନା ଅଧୀନ ମେର୍ଦା ଉପକଣ୍ଠ ସିଙ୍ଗାରପୁରା ଗାଁରେ ଶନିବାର ଅପରାହ୍ନରେ ଧାନତଳି କାମ କରୁଥିବା ସ୍ୱାମୀସ୍ତ୍ରୀ ବଜ୍ରାଘାତର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି  l ମୃତକମାନେ ହେଉଛନ୍ତି ସିଙ୍ଗାରପୁରା ଗାଁର ଲଚ୍ଛମନ ମୁର୍ମୁ ଓ ସାକର ମୁର୍ମୁ  l

ଲଚ୍ଛମନ ଓ ସାକର କ୍ଷେତରେ କାମ କରୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ  l ବଜ୍ରାଘାତର ଶିକାର ସ୍ୱାମୀ,ସ୍ତ୍ରୀ ସେହିଠାରେ ଟଳି ପଡ଼ିଥିଲେ  l ପାଖରେ କାମ କରୁଥିବା ଲୋକମାନେ ଘରଲୋକଙ୍କୁ ଖବର ଦେଇଥିଲେ  l ଖବର ପାଇ ପୁଅ ଧୀରା ମୁର୍ମୁ ଗାଁ ଲୋକଙ୍କ ସହାୟତାରେ ବାପା, ମାଙ୍କୁ ଉଦ୍ଧାର କରି ବେତନଟୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ହେଁ ଉଭୟଙ୍କୁ କାର୍ଯ୍ୟରତ ଡାକ୍ତର ମୃତ ଘୋଷଣା କରିଥିଲେ  l

ଏନେଇ ବେତନଟୀ ଡାକ୍ତରଖାନା ପକ୍ଷରୁ ବୈଶିଙ୍ଗା ପୁଲିସକୁ ଖବର ଦିଆଯାଇଛି  l ବୈଶିଙ୍ଗା ପୁଲିସ ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ବେଳେ ରବିବାର ଶଵ ବ୍ୟବଛେଦ ହେବାନେଇ ପୁଲିସ ସୂତ୍ରରୁ ପ୍ରକାଶ  l ଘଟଣାକୁ ନେଇ ମେର୍ଦା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି  l

 

You might also like