ଗରମ ଯୋଗୁ ୮ ଛାତ୍ରଛାତ୍ରୀ ଅସୁସ୍ଥ, ଚିକିତ୍ସାଳୟରେ ଭର୍ତ୍ତି

କେନ୍ଦ୍ରାପଡା : ଗରମ ଯୋଗୁ ଆଠ ଛାତ୍ରଛାତ୍ରୀ ଅସୁସ୍ଥ । ଚେତାଶୂନ୍ୟ ହୋଇପଡ଼ିଲେ ଛାତ୍ରଛାତ୍ରୀ । କେନ୍ଦ୍ରାପଡା ଜିଲ୍ଳା ସଦର ଥାନା ଉଦୟ ନଗର ସ୍ଥିତ ଏକ ଘରୋଇ ସ୍କୁଲର ୮ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତ ଛାତ୍ରଛାତ୍ରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସ୍କୁଲରେ ଲାଇନ୍ ନଥିବାରୁ ଗରମ ଓ ଗୁଳଗୁଳିରେ ଏମାନେ ଅସୁସ୍ଥ ହୋଇପଡିଥିବା ଅଭିଭାବକ ଅଭିଯୋଗ କରିଛନ୍ତି ।  ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିଥିବା ଡାକ୍ତର କହି ଛନ୍ତି ।

 

You might also like