ରଥଖଳାର ୮ ସେବାୟତଙ୍କ ରିପୋର୍ଟ ପଜିଟିଭ, ସୂଚନା ଦେଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ
ପୁରୀ(କେ ନ୍ୟୁଜ): ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ୮ ସେବାୟତ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୮୮ ଜଣଙ୍କୁ ସଙ୍ଗରୋଧରେ ରଖି ଟେଷ୍ଟ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।
ସେମାନଙ୍କ ମଧ୍ୟରୁ ୩ ଜଣ ମହାରଣା ଥିବା ବେଳେ ଓ ୫ ଜଣ ଭୋଇ ସେବାୟତ ଥିବା ନେଇ ସୂଚନା ମିଳିଛି | ସେବାୟତ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ।