ଜଙ୍ଗଲୀ ଫଳ ଖାଇ ୮ ଜଣ ଛାତ୍ରଛାତ୍ରୀ ଅସୁସ୍ଥ, ଚିକତ୍ସାଳୟରେ ଭର୍ତ୍ତି

ରାୟଗଡା : ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତୋର୍ଗତ ବରିଗୁଡା ବିଦ୍ୟାଳୟର ୮ ଜଣ ଛାତ୍ରଛାତ୍ରୀ ଜଙ୍ଗଲୀ ଫଳ ଖାଇ (bio -diesel ପ୍ରସ୍ତୁତି  ହେଉଥିବା ଫଳ jatropha ) ଗୁରୁତର ଅସୁସ୍ଥ ହୋଇଛନ୍ତି  l ଘଟଣାରୁ ପ୍ରକାଶ ଯେ ବିଦ୍ୟାଳୟ ଛୁଟି ହେବା ପରେ ଛାତ୍ର ଛାତ୍ରୀମାନେ ଘରକୁ ଫେରିବା ସମୟରେ ଏହି ଜଙ୍ଗଲୀ ଫଳକୁ ଖାଇବା ଫଳ ଭାବି ୮ ଜଣ ଶିଶୁ ଖାଇଥିଲେ l

ଖାଇବାର ଅଳ୍ପ ସମୟ ମଧ୍ୟରେ ପିଲାଙ୍କ ଭିତରେ ପେଟ ଯନ୍ତ୍ରଣା ସହ ବାନ୍ତି ହେବା ଆରମ୍ଭ ହୋଇଥିଲା l ଏହା ପରେ ପରିବାରଵର୍ଗଙ୍କୁ ଖାଇଥିବା ଫଳ ବିଷୟରେ ଜଣାଇଥିଲେ l ପରିବାର ଲୋକେ ଅସୁସ୍ଥ ଶିଶୁଙ୍କୁ ଆମ୍ବୁଲାନ୍ସ ଯୋଗେ ରାୟଗଡା ମୂଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରିଥିଲେ l ସମସ୍ତ ଶିଶୁ 5 ରୁ 12 ବର୍ଷ ମଧ୍ୟ ରେ ରହିଥିବା ବେଳେ ସମସ୍ତେ ଏକ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ବୋଲି ଜଣାପଡିଛି l ପ୍ରାଥମିକ ଚିକିତ୍ସା ପରେ ପିଲାମାନେ ସୁସ୍ଥ ରହିଥିବା ଜଣାପଡିଛି l

You might also like