ମହୁମାଛି ଆକ୍ରମଣରେ ୮ ଛାତ୍ରଛାତ୍ରୀ ଆହତ, ଚିକିତ୍ସାଳୟରେ ଭର୍ତ୍ତି

କେନ୍ଦୁଝର: ମହୁମାଛି ଆକ୍ରମଣରେ ୮ ଛାତ୍ରଛାତ୍ରୀ ଆହତ । ସମସ୍ତେ କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳର କାଳିକାପ୍ରସାଦ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ । ଏମାନେ ଆଜି ଏକ ଅଟୋରେ ସ୍କୁଲକୁ ଯାଉଥିବା ବେଳେ ଗାଁ ମୁଣ୍ଡରେ ହଠାତ୍ ମହୁମାଛି ଆକ୍ରମଣ କରିଥିଲେ । କେଉଁ ଆଡ଼ୁ ଉଡ଼ିଆସି ବିନ୍ଧି ପକାଇଥିଲେ ମହୁମାଛି । ପିଲାଙ୍କ କାନ, ବେକ, ହାତ ଫୁଲିଯାଛି । ଅଟୋ ଡ୍ରାଇଭର ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ଆହତ ଛାତ୍ରଛାତ୍ରୀଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଆହୁରି ପଢ଼ନ୍ତୁ : ପାଣି ପାଇଁ ଡହଳ ବିକଳ ଗ୍ରାମବାସୀ,ବାରମ୍ବାର ସ୍ଥାନୀୟ ପ୍ରଶାସନ ପାଖରେ ଗୁହାରି କଲେ ବି ଫଳ ଶୂନ