କଳିଙ୍ଗନଗର ଟାଟାଷ୍ଟିଲରେ କାରଖାନାରେ ଅଘଟଣ, ୮ ରୁ ଉର୍ଦ୍ଧ୍ବ କର୍ମଚାରୀ ଆହତ

ଯାଜପୁର ରୋଡ଼ : କଳିଙ୍ଗନଗର ଟାଟାଷ୍ଟିଲରେ କାରଖାନାରେ ଅଘଟଣ । କାରଖାନାର ଷ୍ଟିଲ୍ ମେଲଟିଂ ସପରେ ଘଟିଛି ଅଘଟଣ । ୮ ରୁ ଉର୍ଦ୍ଧ୍ବ କର୍ମଚାରୀ ଏଥିରେ ଆହତ ହୋଇଥିବା ସୂଚନା । ସମସ୍ତ ଆହତଙ୍କୁ ଟାଟା ଷ୍ଟିଲ ମେଡିକା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ କିଛି କର୍ମଚାରୀ ଗୁରୁତର ଥିବା ଜଣାପଡ଼ିଛି । ତେବେ ଏ ନେଇ ଶିଳ୍ପସଂସ୍ଥା ଓ ପୋଲିସ ଦ୍ବାରା ଘଟଣାର ଅନୁସନ୍ଧାନ ଜାରୀ ରହିଛି । ଅନ୍ୟପକ୍ଷରେ ଟାଟା ଷ୍ଟିଲ କତୃପକ୍ଷ ଏ ନେଇ ଏକ ପ୍ରେସ ବିବୃତିରେ ଘଟଣାର ତଦନ୍ତ କରୁଥିବା ଏବଂ ପରିସ୍ଥିତିର ମୁକାବିଲା ନିମନ୍ତେ ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଥିବା ନେଇ ଜଣାଇଛନ୍ତି । ଅଦ୍ୟାବଧି ଏହି ଘଟଣାରେ କୌଣସି ବ୍ୟକ୍ତି ମୃତାହତ ହୋଇଥିବା ସୂଚନା ମିଳିପାରିନାହିଁ ।