ଢେଙ୍କାନାଳ: ୮ବର୍ଷର ନାବାଳିକାକୁ ଟେକି ନେଇ ଦୁଷ୍କର୍ମ କଲା ସମ୍ପର୍କୀୟ ମାମୁଁ ! ଦୁଷ୍କର୍ମକାରୀକୁ ଅଟକ ରଖି ନିର୍ଦ୍ଧୁମ ଛେଚିଲେ ଗାଁଲୋକ

ଢେଙ୍କାନାଳ: ନାବାଳିକାକୁ ଦୁଷ୍କର୍ମ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅଞ୍ଚଳରେ ଜଣେ ୮ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯାଇଥିବା ସଙ୍ଗୀନ ଅଭିଯୋଗ ହୋଇଛି । ତେବେ ଦୁଷ୍କର୍ମକାରୀକୁ ଗ୍ରାମବାସୀ ଅଟକ ରଖି ନିର୍ଦ୍ଧୁମ ଛେଚିଥିବାବେଳେ, ପରେ ପୋଲିସର ଜିମା ଦେଇଥିଲେ ।

ସୂଚନା ଅନୁଯାୟୀ, ଗତ ବୁଧବାର ନାବାଳିକା ନିକଟସ୍ଥ ନଳକୂଅରୁ ପାଣି ଆଣୁଥିବା ସମୟରେ ତାର ଜଣେ ଦୂର ସମ୍ପର୍କୀୟ ମାମୁଁ ଟେକି ନେଇ ଦୁଷ୍କର୍ମ କରିଥିଲା । ଗୁରୁତର ନାବାଳିକାକୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ହିନ୍ଦୋଳ ଥାନା ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.