ମୁର୍ମୁଷ ଅବସ୍ଥାରେ ଚଢ଼େଇଭୋଳ ନାଳ ନିକଟରୁ ୮ବର୍ଷର ନାବାଳିକା ଉଦ୍ଧାର, ଦୁଷ୍କର୍ମ ପରେ ଦୁର୍ବୃତ୍ତ ଛାଡି ପଳାଇଥିବା ଅନୁମାନ
କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଚଢେଇଭୋଳ ନିକଟରେ ଅଘଟଣ। ୪୯ ନମ୍ବର ଜାତୀୟ ରାଜପଥ ଚଢ଼େଇଭୋଳ ନାଳ ନିକଟରେ ଏକ ୮ବର୍ଷର ନାବାଳିକାକୁ କେହି ଦୁର୍ବୃତ୍ତ ଦୁଷ୍କର୍ମ ପରେ ମୁର୍ମୁଷ ଅବସ୍ଥାରେ ଛାଡି ପଳାଇଥିବା ଅନୁମାନ କରୁଛି ପୋଲିସ୍ ।
ପାରିପାର୍ଶ୍ବିକ ସ୍ଥିତିରୁ ନାବାଳିକାଟି ଦୁଷ୍କର୍ମର ଶିକାର ହୋଇଥିବା ଅନୁମାନ କରାଯାଉଥିବାବେଳେ ଏଯାଏ ପ୍ରକୃତ ଘଟଣା ଜଣାପଡିନାହିଁ । ତେବେ ଘଟଣାସ୍ଥଳରୁ ପୋଲିସ ନାବାଳିକାକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଭର୍ତ୍ତି କରିଛି । ତେବେ ବର୍ତ୍ତମାନ ସୁଦ୍ଧା ନାବାଳିକାର ପରିଚୟ ମିଳିପାରିନାହିଁ । ଏନେଇ ଅଧିକ ତଦନ୍ତ କରୁଛି କରଞ୍ଜିଆ ପୋଲିସ୍।