ଯାଜପୁରରୁ ୮୦ ଗ୍ରାମର ହେରୋଇନ ଜବତ, ଜଣେ ଗିରଫ

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଜିଲ୍ଲା ଅବକାରୀ ବିଭାଗର ଚଢ଼ାଉ । ୮୦ ଗ୍ରାମର ହେରୋଇନ ଜବତ,ଜଣେ ଗିରଫ। ଗିରଫ ଅଭିଯୁକ୍ତ ହେଉଛନ୍ତି ଯାଜପୁର ରୋଡ଼ ଅଞ୍ଚଳର ଅଜୁ ଦାସ। ଜବତ ହେରୋଇନର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ। କୁଆଖିଆ ବଜାର ଅଞ୍ଚଳରେ ଗତକାଲି ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଂ ଚାଲୁଥିବା ବେଳେ ଅଜୁ ଦାସଙ୍କୁ ହେରୋଇନ ସହିତ ଧରାଯାଇଥିଲା। ତା ନିକଟରୁ ନଗଦ ୪ ହଜାର ଟଙ୍କା ଜବତ ହୋଇଛି।

ସେ ନିୟମିତ ଭାବେ ବାଲେଶ୍ଵର ଓ ଭଦ୍ରକ ଜିଲ୍ଲାରୁ ହେରୋଇନ ଆଣି କାରବାର କରୁଥିବା ଅବକାରୀ ବିଭାଗ ପକ୍ଷରୁ ତଦନ୍ତରେ ଜଣାପଡିଛି। ଆଜି ଅଭିଯୁକ୍ତ ଅଜୁ ଦାସଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜିଲ୍ଲା ଅବକାରୀ ନିରୀକ୍ଷକ ସ୍ୱପ୍ନା ରାଣୀ ସାହୁ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.