ଟ୍ରକ ସହ ଗଂଜେଇ ଜବତ, ଦୁଇ ଗିରଫ

ସୁବର୍ଣ୍ଣପୁର :ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା  ।  ପୋଲିସ ପେଟ୍ରୋଲିଂ ଟିମ ଏବଂ ଅବକାରୀ ବିଭାଗ ପକ୍ଷରୁ ଯାଂଚ କଲାବେଳେ ଦୃତ ଗତିରେ ଯାଉଥିବା ଏକ ଅଶୋକ ଲିଲେଣ୍ଡ ଟ୍ରକକୁ ଅଟକାଇ ଥିଲେ  ।  ଟ୍ରକର ସିକ୍ରେଟ ଚାମ୍ୱର ଭିରୁ 80 କେଜି ଗଂଜେଇ ଜବତ ହୋଇଛି ।  ଟ୍ରକଟିକୁ ସିଜ କରିବାସହ ବିହାର ରାଜ୍ୟର ଦୁଇ ଗଂଜେଇ ମାଫିଆ ପ୍ରଦୀପ ବର୍ମା ଏବଂ ବିନୋଦ କୁମାରକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି  ।

ସୁଚନା ଅନୁସାରେ, ପଡୋଶୀ ବଉଦ ଜିଲ୍ଲାରୁ ବିହାର ରାଜ୍ୟକୁ ଗଂଜେଇ ଚାଲାଣ ହେଉଥିବା ସମୟରେ ଖବରପାଇ ତରଭା ପାଖରେ ଅବକାରୀ ବିଭାଗ ଟିମ ଛପି ରହିଥିଲେ । ଦୃତ ଗତିରେ ଯାଉଥିବା ଟ୍ରକକୁ ଅଟକାଇ ଯାଂଚ କଲାବେଳେ ସେଥିରୁ ଜରିବସ୍ତାରେ 4ଟି ଗଂଜେଇ ଭର୍ତ୍ତି ବ୍ୟାଗ ବାହାରିଥିଲା । ଜବତ ଗଂଜେଇର ଓଜନ 80 କେଜି ହୋଇଥିବାବେଳେ ଗିରଫ ଗଂଜେଇ ଚାଲାଣକାରୀ ବିହାର ରାଜ୍ୟର ବୋଲି ଜଣାଯାଇଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ଦାୟର କରାଯିବା ସହ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଥାନା ଅଧିକାରୀ ସୁଚନା ଦେଇଛନ୍ତି ।