ଗଞ୍ଜେଇ ଖୋଜୁଖୋଜୁ ବସ୍‌ରୁ ଯାତ୍ରୀଙ୍କ ନିକଟ ମିଳିଲା ୪ ପେଟି ଟଙ୍କା, ଜଣେ ଅଟକ

କଟକ (କେନ୍ୟୁଜ): ବିପୁଳ ପରିମାଣରେ ଟଙ୍କା ଜବତ। ବସ୍‌ରୁ ଜଣେ ଯାତ୍ରୀଙ୍କ ନିକଟରୁ ୮୦ ଲକ୍ଷ ଟଙ୍କା ଜବତ ହୋଇଛି। ଚଢ଼ାଉ ବେଳେ ୪ଟି ପ୍ୟାକେଟ ବାହାରିଥିଲା । ଗଞ୍ଜେଇ ଓ ଡ୍ରଗ୍ସ କାରବାର ସନ୍ଦେହରେ ଚଢ଼ାଉ କରିଥିଲା ପୋଲିସ। ଏଥିରେ ଜଣେ ଅଟକ ହୋଇଛି। କୋଲକାତା ଯାଉଥିବା ଘରୋଇ ବସ୍‌ରୁ ବିପୁଳ ଟଙ୍କା ଜବତ ହୋଇଛି ।

ଜଣେ ସମ୍ପର୍କୀୟ ସୁନା ବ୍ଯବସାୟୀଙ୍କ ଠାରୁ ଟଙ୍କା ନେଇ କୋଲକତା ଯାଉଥିଲା। କୋଲକତା ବାବୁଘାଟରେ ଜଣେ ବ୍ଯକ୍ତିଙ୍କୁ ନେଇ ଟଙ୍କା ପହଞ୍ଚାଇଥାନ୍ତା ଅଭିଯୁକ୍ତ। ପୂର୍ବରୁ ମଧ୍ୟ ଦୁଇ ଥର ଟଙ୍କା କାରବାର କରିଛି ଅଭିଯୁକ୍ତ। ୫୦ ଲକ୍ଷ ଓ ୬୦ ଲକ୍ଷ ଲେଖାଏଁ ପୂର୍ବରୁ ନେଇଛି ଅଭିଯୁକ୍ତ। ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲା ଅବକାରୀ ବିଭାଗ। ଚାରିଟି ପ୍ଯାକେଟରେ ଥିଲା ୮୦ ଲକ୍ଷ ଟଙ୍କା। ଆଜି ଟାଙ୍ଗୀ ସ୍ଥାନୀୟ ପୋଲିସକୁ ଟଙ୍କା ଓ ଅଟକ ଅଭିଯୁକ୍ତକୁ ହସ୍ତାନ୍ତର କରିବ ଅବକାରୀ ବିଭାଗ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.