ଗଞ୍ଜାମ ଜିଲ୍ଲା ନନ୍ଦିଆଗଡ଼ାର ଶାହଜାହାନ ନରସିଂହ, ପତ୍ନୀଙ୍କୁ ଭଲ ପାଆନ୍ତି ଏମିତି ‘ଜୀଇବା ବେଳେ ସାଥୀରେ ଥିଲି ମରିବା ପରେ ବି ରହିବି’
ଅଶି ବର୍ଷ ବୟସରେ ଅନ୍ୟମାନଙ୍କ ପାଇଁ ସେ ଏବେ ପାଲଟିଛନ୍ତି ଉଦାହରଣ। ଦେଖାଇଛନ୍ତି ଭଲ ପାଇବାର ନିଆରା ଦୃଶ୍ୟ । ଜୀବିତବସ୍ଥାରେ କେତେ ଭଲପାଉଥିଲେ, ପତ୍ନୀଙ୍କ ମୃତ୍ୟୁ ପରେ ତାହା ସେ ନିଜେ କରି ଦେଖାଇଛନ୍ତି । ବିଦଙ୍ଗତ ପତ୍ନୀଙ୍କ ଇଚ୍ଛା ପୁରଣ କରିଛନ୍ତି ପରିଣତ ବୟସରେ । ତାଜ ମହଲ କରିପାରିନାହାନ୍ତି କିନ୍ତୁ ସାହାଜାନ ହୋଇପାରିଛନ୍ତି । ନିଜେ ଜୀବିତ ଅଛନ୍ତି କିନ୍ତୁ ଶ୍ମଶାନରେ ପ୍ରତିମୂର୍ତ୍ତି ହୋଇ ସାରିଛନ୍ତି । ଏକଥା ଜାଣିବା ପରେ ଯେକେହି ଦ୍ୱନ୍ଦ୍ୱରେ ପଡିଯିବ ନିଶ୍ଚିତ ।
ସେ ହେଉଛନ୍ତି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଳକ୍ ଅନ୍ତର୍ଗତ ନନ୍ଦିଆଗଡ଼ା ଗାଁର ନରସିଂହ ଦଳେଇ । ଅଶି ବର୍ଷ ବୟସରେ ଜଣେ ଅତିକ୍ରାନ୍ତ ମଣିଷ ବାଟ ଚାଲିବାକୁ ବାଡିର ସାହାରା ନେବାକୁ ପଡେ । ତଥାପି ପ୍ରତ୍ୟକ ଦିନ ସକାଳେ ହେଲେ ଗାଁ ଶ୍ମଶାନକୁ ଯାଇ ସେଠାରେ ଥିବା ନିଜ ପତ୍ନୀଙ୍କ ସମାଧିସ୍ଥଳରେ ଥିବା ପ୍ରତିମୂର୍ତ୍ତିକୁ ଭଲ ଭାବେ ଧୋଇଦିଅନ୍ତି ଏବଂ ଫୁଲ ଦେଇ ମନେ ମନେ ସୁଖ ଦୁଃଖ ହୁଅନ୍ତି । ଆଜକୁ ୧୦ବର୍ଷ ଧରି ସେ ଏପରି କରି ଆସୁଛନ୍ତି ।
ନରସିଂହ ନିଜ ଧର୍ମ ପତ୍ନୀ ସୁମତୀଙ୍କୁ କେବଳ ଭଲ ପାଉନଥିଲେ ସେ ତାଙ୍କୁ କଥା ଦେଇଥିଲେ ଜୀବିତ ଅବସ୍ଥାରେ ମୁଁ ତୁମ ସହିତ ଯେମିତି ରହିଛି, ମୃତ୍ୟୁ ପରେ ବି ସେମିତି ହିଁ ରହିବି । ୨୦୧୦ରେ ପତ୍ନୀଙ୍କ ମୃତ୍ୟୁ ପରେ ଗାଁ ଶ୍ମଶାନରେ ପତ୍ନୀଙ୍କର ଏକ ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ । ତା ପାଖରେ ସେ ତାଙ୍କ ନିଜର ମଧ୍ୟ ଏକ ପ୍ରତିମୂର୍ତ୍ତି ନିର୍ମାଣ କଲେ । ଏକଥା ଗ୍ରାମବାସୀଙ୍କ ମନରେ ଅନେକ ପ୍ରଶ୍ନ ଆଣିଥିଲା । କିନ୍ତୁ ଶେଷରେ ସେମାନେ ମଧ୍ୟ ବୁଝି ଯାଇଥିଲେ ନରସିଂହଙ୍କ ଚିନ୍ତାଧାରାକୁ । ସେ କେବଳ ଦେଖେଇ ହେବା ପାଇଁ ଏପରି କରିନଥିଲେ । ସମାଜ ପାଇଁ ଏକ ଉପଯୁକ୍ତ ବର୍ତ୍ତା ଦେବା ସହିତ ଯୁବପିଢ଼ିଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।
ରତ୍ନାକର ସାହୁ, କେନ୍ୟୁଜ୍, ଭଞ୍ଜନଗର