ହକି ବିଶ୍ୱକପ୍‌ ମହାସମର ପାଇଁ ପ୍ରସ୍ତୁତି ଶେଷ, ରାଜଧାନୀରେ ମୁତୟନ ହେବେ ୮୧ ପ୍ଲାଟୁନ ଫୋର୍ସ

ଭୁବନେଶ୍ୱର (କେନ୍ୟୁଜ): ଆଜିଠୁ ହକି ମହାକୁମ୍ଭର ମୁକାବିଲା । ରାଜଧାନୀର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ଏଥିପାଇଁ ସ୍ମାର୍ଟ ସିଟି ଭୁବନେଶ୍ୱର ଓ ଷ୍ଟିଲ ସିଟି ରାଉରକେଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା । ଭୁବନେଶ୍ୱରରେ ମୁତୟନ ହେବେ ୮୧ ପ୍ଲାଟୁନ ଫୋର୍ସ । ଡିସିପିଙ୍କ ନେତୃତ୍ୱରେ ୧୩ ଏଡିସିପି, ୩୩ ଏସିପି, ୬୨ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ । ଓଡ୍ରାଫ୍‌ ଓ ଅଗ୍ନିଶମ ବାହିନୀ ବି ମୁତୟନ ହେବ । ଷ୍ଟାଡିୟମ ଭିତରେ ମୁତୟନ ଥିବା ପୋଲିସ ୟୁନିଫର୍ମରେ ରହିବେନି । ହକି ବିଶ୍ୱକପ ଡ୍ୟୁଟିରେ ଥିବା ପୋଲିସ ଅଫିସରମାନେ ସ୍ୱତନ୍ତ୍ର ବ୍ୟାଜ ପିନ୍ଧିବେ । ହୋଟେଲରୁ ଷ୍ଟାଡିୟମ୍‌ ଯାଏ ରହିବ କଡ଼ା ସୁରକ୍ଷା ବ୍ୟବସ୍ଥା । ଟ୍ରାଫିକ୍‌ ନିୟନ୍ତ୍ରଣ ଓ ପାର୍କିଂ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ବ୍ୟାପକ ସୁରକ୍ଷା । ସହର ଓ ସହରର ବାହାରୁ ଆସୁଥିବା ଦର୍ଶକଙ୍କ ପାଇଁ ରୁଟ୍‌ ଚାର୍ଟ ସହ ପାର୍କିଂ ବ୍ୟବସ୍ଥା ନେଇ ଭିଡିଓ ଫୁଟେଜ ଜାରି କରାଯାଇଛି। ସମସ୍ତ ରୁଟ୍‌କୁ ଚିହ୍ନଟ କରାଯାଇ ବିଭିନ୍ନ ଗେଟ୍‌ ସଂପର୍କରେ ସୂଚନା ଦିଆଯାଇଛି। ସୁରକ୍ଷା ପାଇଁ ୫୬ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ । ୨ ଏସ୍‌ପି, ୨୧ ଡିଏସ୍‌ପି, ୫୨ ଇନିସପେକ୍ଟର ନିୟୋଜିତ ହେବେ ।