ରାଜ୍ୟ

୮୨ ବର୍ଷରେ ବି ଚାଲିବାକୁ ପଡୁଛି ଦୀର୍ଘ ୧୦ କିମି, ତା ପୁଣି ଭତ୍ତା ଟଙ୍କା କେଇଟା ପାଇଁ

ନବରଙ୍ଗପୁର(କେନ୍ୟୁଜ୍‌): ଓହ୍ଲାଇ ଆସିଛି ବୟସର ଅପରାହ୍ନ। ଚାଲିବାକୁ ଦେହ ରେ ଶକ୍ତି ନାହିଁ। କଥା କହିଲା ବେଳକୁ ପାଟି ଲାଖୁଛି। ତଥାପି ଶୁଖିଲା ପେଟ ଚାଖଣ୍ଡକର ଦାନା ପାଇଁ  ୮୨ ବର୍ଷରେ ବି ତାଙ୍କୁ ଚାଲିବାକୁ ପଡୁଛି ଦୀର୍ଘ ୧୦ କିମି । ତା ପୁଣି ଭତ୍ତା ଟଙ୍କା କେଇଟା ପାଇଁ । ବ୍ଯାଙ୍କକୁ ଦୌଡ଼ିବା ପରେ ବି ଅନେକ ଥର ନିରାଶ ହେବାକୁ ପଡୁଛି। କେତେବେଳେ ଲିଙ୍କ୍‌ ଫେଲ୍‌ ତ ଆଉ କେତେବେଳେ ଟଙ୍କା ଜମା ହୋଇନଥିବା କୁହାଯାଉଛି। ବାଡ଼ି ଖଣ୍ଡିଏ ଧରି ଜୀବନ ଯୁଦ୍ଧର ଏହି ଅଙ୍କାବଙ୍କା ରାସ୍ତାରେ ଆଗେଇବା ବେଳେ ଅନେକ ଥର ଅଟକି ଯାଉଛି ପାଦ । ଆମେ କହୁଛୁ  ପେଟର ଦାନା ପାଇଁ ଓ ସରକାରୀ ସହାୟତା ପାଇବାର ସଂଘର୍ଷ କରୁଥିବା ନବରଙ୍ଗପୁର ଜିଲ୍ଲାର ଏହି ଅସହାୟ  ବୃଦ୍ଧାଙ୍କ କଥା ।

ଏହି ଅସହାୟ ବୃଦ୍ଧା ଜଣଙ୍କ ହେଲେ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ପାତ୍ରଗୁଡା ଗାଁର ଜଳେନ୍ଦ୍ରୀ ଭତ୍ରା। ଜଳେନ୍ଦ୍ରୀଙ୍କ ନିଜର ବୋଲି କେହି ନ ଥିବା ବେଳେ ନିଃସଙ୍ଗ ଜୀବନ ବିତାଉଛନ୍ତି ଜଳେନ୍ଦ୍ରୀ। ବଖୁରିଏ ଆଜବେଷ୍ଟସ୍‌ ଘରେ ମୁଣ୍ଡ ଗୁଞ୍ଜିଛନ୍ତି । ଓଳିଏ ଖାଇଲେ ଆର ଓଳି ଉପାସରେ ରହୁଛନ୍ତି। ସାହି ପଡିଶା ଯାହା କିଛି ଖାଇବାକୁ ଦିଅନ୍ତି ସେଥିରେ ପେଟ ପୁରୁଛି ତାଙ୍କର । ଦୁଃଖର କଥା ସରକାରଙ୍କ ଭତ୍ତା ଟଙ୍କା କେଇଟା ପାଇଁ କସରତ କରିବାକୁ ପଡୁଛି ତାଙ୍କୁ । ଘରେ ପେନସନ ଯୋଗାଇ ଦିଆଯାଉନଥିବା ବେଳେ ପ୍ରତି ଦୁଇ ମାସରେ ଥରେ ପାପଡାହାଣ୍ଡି ବ୍ଯାଙ୍କକୁ ଧାଉଁଛନ୍ତି । ଯିବା ଆସିବାରେ ପଡ଼ିଯାଉଛି ୧୦ କିମି। ଟାଇଁ ଟାଇଁ ଖରାରେ ସାଥ୍‌ ଦେଉନି ଦୁର୍ବଳ ଶରୀର । ଦୁଇ ଚାରିଥର ଗୋଡ ଲମ୍ବାଇ ବସି ପଡୁଛନ୍ତି ରାସ୍ତାରେ । ଅନେକ ସମୟରେ ବ୍ଯାଙ୍କକୁ ଯାଇ ନିରାଶ ହୋଇ ଖାଲି ହାତରେ ଫେରୁଛନ୍ତି। ସେହିପରି  ରାସନ ସାମଗ୍ରୀ ପାଇଁ ମଧ୍ଯ ତାଙ୍କୁ ନାକେଦମ୍ ହେବାକୁ ପଡୁଛି।

ଅପରପକ୍ଷରେ ଏଭଳି ଅସହାୟ ବୃଦ୍ଧାଙ୍କୁ ଘରେ ଆଣି ସମସ୍ତ ସରକାରୀ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ତେବେ ଚଳିତ ମାସ ଠାରୁ ବୃଦ୍ଧାଙ୍କୁ ତାଙ୍କ ଘରେ ନେଇ ଭତ୍ତା ଓ ରାସନ ଦେବା ବ୍ଯବସ୍ଥା କରିବା ନେଇ କହିଛନ୍ତି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ । ଏହାସହ ଯଦି ବୃଦ୍ଧା ଜଳେନ୍ଧ୍ରି ଇଚ୍ଛା ପ୍ରକାଶ କଲେ ତାଙ୍କୁ ଜିଲ୍ଲା ସ୍ତରୀୟ ବୃଦ୍ଧା ଶ୍ରମରେ ନେଇ ରଖାଯିବ ବୋଲି କହିଛନ୍ତି ବିଧାୟକ । ଖୁବ୍ ଶୀଘ୍ର ବୃଦ୍ଧାଙ୍କୁ ତାଙ୍କ ଘରେ ନେଇ ସରକାରୀ ସହାୟତା ଯୋଗାଇ ଦିଆଗଲେ ସେ ଖୁସିରେ ରହିବା ସହ ସରକାରୀ ଯୋଜନାର ସଫଳ ରୂପାୟନ ହୋଇପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

 

Sonalisa

Recent Posts

ପ୍ରଶ୍ନୋତ୍ତର ନପଢ଼ି ଶିକ୍ଷୟତ୍ରୀ ଦେଉଥିଲେ ନମ୍ବର, ରିଲ୍ସ କରିବା ପଡ଼ିଲା ମହଙ୍ଗା

ଆଜିର ସମୟରେ ସୋସିଆଲ ମିଡିଆର ବ୍ୟବହାର ଏକ ସାଧାରଣ କଥା ହୋଇଗଲାଣି । ପ୍ରତ୍ୟେକ ବ୍ୟକ୍ତି ସୋସିଆଲ ମିଡିଆରେ ବେଶ୍‌…

11 mins ago

ଅନଲାଇନ ଗେମ ହେଲା କାଳ, ଜୀବନ ହାରିଲେ ଯୁବକ

ଆଠଗଡ (କେନ୍ୟୁଜ) : ଅନଲାଇନ ଗେମକୁ ନେଇ ଜୀବନ ହାରିଲେ ଯୁବକ। କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା…

14 mins ago

ମଧ୍ୟପ୍ରଦେଶ : ବୀଭତ୍ସ ହତ୍ୟାକାଣ୍ଡ, ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ଯୁବକ

ମଧ୍ୟପ୍ରଦେଶର ଛିନ୍ଦଓ୍ଵାଡା ଜିଲ୍ଲାରେ ବୀଭତ୍ସ ହତ୍ୟାକାଣ୍ଡ । ଟାଙ୍ଗିଆରେ ହାଣି ୮ ଜଣଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା…

27 mins ago

ହାଇ କୋଲେଷ୍ଟ୍ରଲରେ ଚିନି ଏବଂ ଗୁଡ ମଧ୍ୟରୁ କେଉଁ ମିଠା ଖାଇବା ଉଚିତ, ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଆପଣମାନେ ତ ଜାଣିଥିବେ ମିଠା ଖାଇବା ପାଇଁ ଲୋକଙ୍କ ଇଚ୍ଛା କୌଣସି ସମୟରେ ମଧ୍ୟ ହୋଇପାରେ । ତେବେ ଯେତେବେଳେ…

34 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା, ୭ ଦିନ ଜାମିନ ଅବଧି ବୃଦ୍ଧି ଆବେଦନ ଖାରଜ

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି । କେଜ୍ରିଓ୍ଵାଲ କରିଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ପୂର୍ବ…

1 hour ago

ମାଲକାନଗିରି: ଏନକାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ବର୍ଧେପାରା ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ।…

1 hour ago