ରାଜଧାନୀରୁ ଆଜି ୮୨୩ ନୂଆ ପଜିଟିଭ, ସୁସ୍ଥ ହେଲେ ୭୦୯

ଭୁବନେଶ୍ୱର(କେ ନ୍ୟୁଜ):  ଆଜି ରାଜଧାନୀ ଭୁବନେଶ୍ୱରରୁ ୮୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୦୯ ଜଣ ସୁସ୍ଥତା ଲାଭ କରିଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ରାଜଧାନୀରେ ମୋଟ ସଂଖ୍ୟା ୪୭ ହଜାର ୧୪୦କୁ ଛୁଇଁଥିବା ବେଳେ ଆକ୍ଟିଭ କେଶ ୮୪୯୦ ରହିଛି । ଅନ୍ୟପକ୍ଷରେ ଆଜି ୭୦୯ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ମଧ୍ୟ ଜଣାଯାଇଛି । ଏହାକୁ ମିଶାଇ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୩୮ ହଜାର ୩୬୧

କୁ ବୃଦ୍ଧି ପାଇଛି । ଯେବେକି ଏଭିତରେ ୨୬୮ ଜଣଙ୍କ ଜୀବନ ନେଇସାରିଲାଣି ମାରାତ୍ମକ କରୋନା । ବିଏମ୍ସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଜିର ଚିହ୍ନଟଙ୍କ ମଧ୍ୟରୁ ୧୫୦ ଜଣ କ୍ଵାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୧୫୦ ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ନେଇ ସ୍ପଷ୍ଟ ହୋଇଛି ।

Leave A Reply

Your email address will not be published.