ସମ୍ବଲପୁରରେ ମହିଳା ସନ୍ତରଣ ପ୍ରତିଯୋଗିତା, ଭାଗ ନେଇଥିଲେ ୮୪ ଜଣ ପ୍ରତିଯୋଗୀ

ସମ୍ବଲପୁର: ନିକଟରେ ସମ୍ବଲପୁରରେ ଶେଷ ହୋଇଛି ଖେଲୋ ଇଣ୍ଡିଆ କନିଷ୍ଠ ମହିଳା ସନ୍ତରଣ ପ୍ରତିଯୋଗିତା ।  ସହରର ଡାକ୍ତର ଝସକତେନ ସାହୁ ସନ୍ତରଣାଗାରରେ ଦୁଇଦିନ ଧରି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଭାରତୀୟ ଖେଳ ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ୮୪ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ ।

କନିଷ୍ଠ ମହିଳା ସନ୍ତରଣ ପ୍ରତିଯୋଗିତାର ଜୋନ-୪ ଅନ୍ର୍ତଗତ ମଧ୍ୟପ୍ରଦଶେ, ବିହାର, ଝାରଖଣ୍ଡ, ଛତିଶଗଡ଼ ଏବଂ ଓଡ଼ିଶା ର ପ୍ରତିଯୋଗୀମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ମୋଟ୍ ୨୦ ଟି ଇଭଣେ୍ଟର ୪ଗୋଟି ଷ୍ଟ୍ରୋକରେ ପ୍ରତିଯୋଗୀତା ହୋଇଥିଲା । ପ୍ରଥମ ଥର ପାଇଁ ସମ୍ବଲପୁର ଠାରେ ଖଲେୋ ଇଣ୍ଡିଆର ଜାତୀୟ ସନ୍ତରଣ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ପ୍ରତିଯୋଗିତାକୁ ସଫଳ କରିବାକୁ ଜୋରଦାର ପ୍ରସ୍ତୁତି କରିଥିଲା ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like