ବ୍ରହ୍ମଗିରିରେ ଅବକାରୀ ବିଭାଗର ଚଢ଼ାଉ: ୮୫ ଗ୍ରାମ ଧଳା ଜହର ଜବତ, ଜଣେ ଗିରଫ

ବ୍ରହ୍ମଗିରି(କେନ୍ୟୁଜ୍):  ପୁରୀ ବ୍ରହ୍ମଗିରିରୁ ଧଳା ଜହର ଜବତ। ଜଣକୁ ଗିରଫ କରିଛି ଅବକାରୀ ବିଭାଗ। ପୁରୀ ଅବକାରୀ ଅଧିକ୍ଷକ  ଜଗଦୀଶ ସାମଲଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଅବକାରୀ ନିରୀକ୍ଷିକା ସଦର ରେଞ୍ଜ ମାନସୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ସାତପଡ଼ା ଅବକାରୀ ଥାନା ଅଧିକାରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ଏକ ଟିମ ବ୍ରହ୍ମଗିରି  ବଟ ମହାବୀର ମନ୍ଦିର ସାମ୍ନାରେ ଚଢ଼ାଉ କରିଥିଲେ। ସେଠାରୁ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତି ଜଣକ ରମାକାନ୍ତ ଜେନା। ତା ବୟସ  ପାଖାପାଖି ୩୭ ହେବ ବୋଲି ଅନୁମାନ କରାଯାଉଛି।

ଅଭିଯୁକ୍ତର ଘର ବ୍ରହ୍ମଗିରି ବାଇଶି ବାଟି ଗାଁରେ ବୋଲି ଜଣାପଡିଛି । ତାଙ୍କ ପାଖରୁ ୮୫ ଗ୍ରାମ ବ୍ରାଉନ ସୁଗାର ଜବତ କରି ସାତପଡ଼ା ଅବକାରୀ ଥାନା କେସ ନଂ-107/22-23 ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ପୁରୀ କlରାଗରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ଅନୁମାନିକ ମୂଲ୍ୟ ପ୍ରାୟ ୮ ଲକ୍ଷ ୫୦ ହଜାର ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଏହି ଚଢ଼ାଉରେ ଏସ. ଆଇ. ରଙ୍କନିଧି ମଲ୍ଲିକ, ASI ପୂର୍ଣ୍ଣଚନ୍ଦ୍ର ନାୟକ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.