କୁବେର ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଟେରା, ବର୍ତ୍ତମାନ ସୁଦ୍ଧା ମୋଟ ୮୫ ପ୍ଲଟ ଠାବ

ବାଲେଶ୍ଵର: ଟେରା କରିଦେଲା ଯନ୍ତ୍ରୀଙ୍କ ସମ୍ପତ୍ତି । କୁବେର ଯନ୍ତ୍ରୀଙ୍କ ମାଳ ମାଳ ପ୍ଲଟ, ଏକାଧିକ କୋଠା । ବାଲେଶ୍ଵର ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କ ରହିଛି ୮୫ ପ୍ଲଟ । ସେ ଭିତରୁ ଜଳେଶ୍ବରରେ ରହିଛି ୮୦ଟି ପ୍ଲଟ । ପୁରୀ ଜିଲ୍ଲା ଡେଲାଙ୍ଗରେ ୪ଟି ଓ ପଶ୍ଚିମବଙ୍ଗର ସୁନାକଣିଆରେ ରହିଛି ଗୋଟିଏ ପ୍ଲଟ। ଜଳେଶ୍ବରରେ ରହିଛି ୫ ମହଲା ବିଶିଷ୍ଟ କୋଠା , ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୬୦ ଲକ୍ଷ ହେବ । ୧୨ହଜାର ୫୦୦ ବର୍ଗଫୁଟ ଜମିରେ ରହିଛି ଏହି କୋଠା । ଗୋବରାଘାଟରେ ୫ହଜାର ୬୫୦ ବର୍ଗଫୁଟ ଜମିରେ ମାର୍କେଟ କମ୍ପ୍ଲେକ୍ସ ରହିଛି। ୨ ଏକର ବିଶିଷ୍ଟ ବିରାଟ ଫାର୍ମ ହାଉସ ଅଛି । ଜବତ ହୋଇଛି ନଗଦ ୧୧ ଲକ୍ଷ ୭୦ହଜାର ୯୮୦ ଟଙ୍କା। ଚଢାଉ ବେଳେ ମିଳିଛି ୨୧୮ ଗ୍ରାମର ସୁନା। ଗୋଟେ କାର ଓ ସ୍କୁଟି ରହିଛି।

ବିଭିନ୍ନ ବ୍ୟାଙ୍କ ରେ ଥିବା fixed deposit, insurance ଓ ବଣ୍ଡ୍ ନେଇ ଯାଞ୍ଚ ଚାଲିଛି । ପୁଅ ନାମରେ ପଶ୍ଚିମବଙ୍ଗ ସୀମାରେ ୬ ଏକର ଏବଂ ସ୍ତ୍ରୀଙ୍କ ନାମରେ ୧୨ ଏକର ଜମି ଓ ଭଉଣୀ ନାଁରେ ଭୁବନେଶ୍ୱର ପଳାସୁଣୀ ନିକଟରେ 2bhk ଆପାର୍ଟମେଣ୍ଟ ରହିଛି । ସେହପରି ସନ୍ତିଆ ଓ ମହିଁଷାମୁଣ୍ଡାରେ ଥିବା ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ପ୍ରଧାନଙ୍କ ସଂପର୍କୀୟଙ୍କ ଘରେ ଭିଜିଲାନସ ଅଧିକାରୀମାନେ ଚଢ଼ାଉ କରିଛନ୍ତି । ଏହା ବାଦ ଅନ୍ୟ କେଉଁଠି କେତେ ପ୍ଲଟ ଅଛି ତଦନ୍ତ ଚାଲିଛି । ଏହି ରେଡରେ ୨ ଜଣ ଅତିରିକ୍ତ ଏସ ପି , ୪ ଜଣ ଡିଏସପି , ୭ଜଣ ଇନ୍ସପେକ୍ଟର, ୭ ଜଣ ଏଏସଆଇ ସମେତ ୪୫ ଜଣିଆ ଟିମ୍ ସାମିଲ ଅଛନ୍ତି। ବାଲେଶ୍ବର ସ୍ବତନ୍ତ୍ର ଭିଜିଲାନ୍ସ ଜଜଙ୍କ ୪ଟି ୱାରେଣ୍ଟ ବଳରେ ଏକସଙ୍ଗେ ୭ଟି ସ୍ଥାନରେ ଭିଜିଲାନ୍ ସ ଟିମ ରେଡ ଜାରି ରଖିଛନ୍ତି ।