ବିମାନବନ୍ଦରରୁ ୮୭ କେଜି ସୁନା ଜବତ, ମୁମ୍ବାଇରୁ ଭୁବନେଶ୍ଵର ଆସୁଥିଲା ବେଳେ ମାଡ଼ି ବସିଲା ଜିଏସଟି ବିଭାଗ

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରୁ ୮୭ କେଜି ସୁନା ଜବତ । ଦୁଇଟି କଣ୍ଟେନରରେ ମୁମ୍ବାଇରୁ ଆସିଥିଲା ସୁନା ଓ ରୂପା । ରାଜଧାନୀରେ ପହଞ୍ଚିବା ପରେ ମାଡ଼ି ବସିଥିଲା ସିଟି ଜିଏସଟି ବିଭାଗ । ପାଖାପାଖି ୮୭ କେଜି ସୁନା ଓ ୨ଶହ କେଜିରୁ ଅଧିକ ରୁପା ସିଜ ହୋଇଛି । ଜବତ ସୁନା ରୁପାର ଆନୁମାନିକ ମୂଲ୍ୟ ୬୦ କୋଟି ଟଙ୍କାରୁ ଅଧିକ ହେବ । ବିମାନବନ୍ଦର ବାହାରେ ବିଭିସି ଲଜିଷ୍ଟିକସ୍ ଓ ନିୟୁଜ୍ ଏୟାର ସର୍ଭିସ ଲଜିଷ୍ଟିକସ୍ ର ୨ଟି ଗାଡ଼ିରେ ୧୦ଟି ଟ୍ରଙ୍କ୍ ରେ ଏହି ସବୁ ସୁନା ଓ ରୁପା ଚାଲାଣ ହେଉଥିବା ବେଳେ ଚଢଉ ହୋଇଥିଲା ।
ଜବତ ସୁନା ରୁପାକୁ ବାଣୀବିହାର ସ୍ଥିତ ସିଟି ଆଣ୍ଟ ଜିଏୗସଟି କାର୍ଯ୍ୟାଳୟକୁ ନିଆଯାଇଥିଲା । ସୁରକ୍ଷା ଦୃଷ୍ଟି କୋଣରୁ ଜବତ ସୁନା ଓ ରୁପାକୁ ସରକାରୀ ଟ୍ରେଜେରିରେ ରଖାଯିବ ବୋଲି ଜଣାପଡ଼ିଛି । ତଦନ୍ତ ବେଳେ ସୁନା ରୁପା କିଣାବିକାର ବିଲ ଦେଖେଇ ପାରିନଥିଲେ । କିଏ କେଉଁଠୁ କଣ ପାଇଁ ସୁନା ଆଣିଛି ସେ ନେଇ ତଦନ୍ତ ଚାଲିଛି । ଭୁବନେଶ୍ବରର ବଡ଼ ବଡ଼ ସୁନା ବ୍ୟବସାୟୀଙ୍କ ସମେତ ଆଖପାଖ କେତେକ ଜିଲ୍ଲାକୁ ପଠାଯାଇଥିନ୍ତା ବେୋଲି ତଦନ୍ତ ବେଳେ ଜଣାପଡିଛି । ତେବେ ଏଟିଏମରେ ଟଙ୍କା ଭର୍ତ୍ତି ପାଇଁ ଯାଉଥିବା ଗାଡ଼ିକୁ କଣ ପାଇଁ ସୁନା ରୁପା ନେବା ପାଇଁ ବ୍ୟବହାର କରାଗଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । GST ଫାଙ୍କିବା ପାଇଁଏପରି ଗଳାବାଟରେ ସୁନା ଆସୁଥିଲା କି? ।