କୋରାପୁଟ: ଛାତ୍ରୀବାସରେ ବିଷାକ୍ତ ଖାଦ୍ୟ ଖାଇ ୫୦ ଛାତ୍ରୀ ଅସୁସ୍ଥ
ବିଷାକ୍ତ ଖାଦ୍ୟ ଖାଇ ୫୦ ଅସୁସ୍ଥ । କୋରାପୁଟ ଜିଲ୍ଲା ଲମତାପୁଟ କସ୍ତୁରବା ଗାନ୍ଧୀ ଛାତ୍ରୀବାସରେ ବିଷାକ୍ତ ଖାଦ୍ୟ ଖାଇ ୫୦ଜଣ ଛାତ୍ରୀ ଅସୁସ୍ଥ । ସମସ୍ତ ଛାତ୍ରୀଙ୍କୁ ଲମତାପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ୧୦ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି ।

କୋରାପୁଟ(କେନ୍ୟୁଜ) : ବିଷାକ୍ତ ଖାଦ୍ୟ ଖାଇ ୫୦ ଅସୁସ୍ଥ । କୋରାପୁଟ ଜିଲ୍ଲା ଲମତାପୁଟ କସ୍ତୁରବା ଗାନ୍ଧୀ ଛାତ୍ରୀବାସରେ ବିଷାକ୍ତ ଖାଦ୍ୟ ଖାଇ ୫୦ଜଣ ଛାତ୍ରୀ ଅସୁସ୍ଥ । ସମସ୍ତ ଛାତ୍ରୀଙ୍କୁ ଲମତାପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ୧୦ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ଛାତ୍ରୀବାସରେ ପ୍ରାୟ ରାତି ୯ଟା ବେଳକୁ ଖାଦ୍ୟ ଖାଇ ଅଚାନକ ୫୦ଜଣ ଛାତ୍ରୀ ପେଟ ବ୍ୟଥା ସହ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଖବରପାଇ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୫ ଜଣିଆ ଡାକ୍ତର ଟିମ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ। ପରେ ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆଜି କୋରାପୁଟରୁ ସ୍ଵତନ୍ତ୍ର ଡାକ୍ତରୀ ଦଳ ଛାତ୍ରୀବାସକୁ ଯାଇ ନମୁନା ସଂଗ୍ରହ କରିବେ ।