ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନାଙ୍କ ରାଜ୍ୟସ୍ତରୀୟ ୮୮ତମ ଜୟନ୍ତୀ ପାଳିତ

ଜଗତସିଂପୁର : ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନାଙ୍କ ରାଜ୍ୟସ୍ତରୀୟ ୮୮ତମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଜଗତସିଂହପୁର ଜ଼ିଲ୍ଲା ସଦରମହକୁମା ଆଦିକବି ଶାରଳା ଦାସ ସଂସ୍କୃତି ଭବନରେ ପରିସରରେ ଓଡିଶା ଲଳିତ କଳା ଏକାଡେମୀ ,ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନା ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଉଦଘାଟନ ହୋଇଛି । ଜିଲ୍ଲାପାଳ ଶ୍ରୀଯୁକ୍ତ ଜେ ସୋନାଲ ଯୋଗଦେଇ ଫୋଟୋ ଚିତ୍ରରେ ପୁଷ୍ପ ପ୍ରଦାନ କରିଥିଲେ । ଏଥିସହିତ ବଡ଼ବଜାର ସ୍ଥିତ ସ୍ୱର୍ଗତ ପ୍ରଭୁଚରଣ ଜେନାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ଏହି ଉତ୍ସବ ସ୍ମୃତି ସଂସଦର ସଭାପତି ବିଶିଷ୍ଟ ନାଟ୍ୟକାର ଡକ୍ଟର କୈଳାସ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ମନୋଜ କୁମାର ଭୋଇ । ସେହିପରି ମୁଖ୍ୟବକ୍ତା ଭାବେ ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦଗାତା ଯୋଗଦେଇ କଳାକାର ଜୀବନ କିଭଳି ସଂଘର୍ଷମୟ ତାହାର ନିଛକ ପ୍ରତିଛବି ଚିତ୍ର ଶିଳ୍ପୀ ପ୍ରଭୁଚରଣ ଜେନା ବୋଲି ମତପୋଷଣ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥିଭାବେ ପୌରପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ସିଂହ ,ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା ,ଓଡିଶା ଲଳିତ କଳା ଏକାଡେମୀର ପୂର୍ବତନ ସଚିବ ତଥା ଧଉଳି ଆର୍ଟ କଲେଜର ଅଧ୍ୟକ୍ଷ ପଞ୍ଚାନନ ସାମଲ ଯୋଗଦେଇ ସ୍ୱର୍ଗତ ଜେନାଙ୍କ ଓଡିଶା ଓ ଜଗତସିଂହପୁରକୁ ଅବଦାନ ବିଷୟରେ ସ୍ମୃତିଚାରଣ କରିଥିଲେ । ପରେ ଅତିଥିମାନଙ୍କ ଦ୍ୱାରା ଓଡ଼ିଶାର ସୁନାମଧନ୍ୟ ଚିତ୍ରଶିଳ୍ପୀ ସୁବ୍ରତ କୁମାର ମଲ୍ଲିକ ଓ ଜୟଶ୍ରୀ ଜେନା ଙ୍କୁ ସଂସଦ ପକ୍ଷ୍ୟରୁ ଚିତ୍ରଶିଳ୍ପୀ ପ୍ରଭୁଚରଣ ଜେନା ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଶେଷରେ ସଂସଦର କାର୍ଯ୍ୟକାରୀ ସଭାପତି ମଧୁସୂଦନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଜନ୍ମଜୟନ୍ତୀ ପାଳନ ଉତ୍ସବରେ ଓଡିଶା ଓ ଜଗତସିଂହପୁର ବହୁ ବୁଦ୍ଧିଜୀବି,ସାମ୍ବାଦିକ,ସାହିତ୍ୟିକ ,ଚିତ୍ରଶିଳ୍ପୀ ମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

 

 

ଆହୁରି ପଢ଼ନ୍ତୁ : ଫିସିଂ ଜେଟି ମାର୍ଗରେ ଲାଗିଲା ସୋଲାର ଚାଳିତ ଷ୍ଟ୍ରିଟ୍ ଲାଇଟ୍, ପୂରଣ ହେଲା ଆର୍ଯ୍ୟପଲ୍ଲୀ ଗ୍ରାମବାସୀଙ୍କ ଦାବି