ସ୍ଥିତି ଭଲ ହେଲେ ପୂଜା ଛୁଟି ପରେ ଖୋଲିପାରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜ୍ୟରେ ପାର୍ବଣ ଛୁଟି ପରେ ଖୋଲିପାରେ ଅଷ୍ଟମ ଓ ଏକାଦଶ ଶ୍ରେଣୀ । ଅଷ୍ଟମ ଓ ଏକାଦଶ ଶ୍ରେଣୀ ପିଲାଙ୍କୁ ବିଦ୍ୟାଳୟ ଆସିବାକୁ ଅନୁମତି ମିଳିପାରେ । ଏମିତି ଆଶା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ତେବେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଯାହା କିଛି ନିଷ୍ପତ୍ତି ନିଆଯିବ । ଏଥିପାଇଁ ଗଣ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏବେ ନବମରୁ ଦ୍ୱାଦଶ ଯାଏ କେବଳ ହେଉଛି ଅଫଲାଇନ କ୍ଲାସ । କିନ୍ତୁ ଅନ୍ୟ ଶ୍ରେଣୀ ପାଇଁ ଏଯାଏ କୌଣସି ନିଷ୍ପତ୍ତି ହୋଇନାହିଁ। ଅନ୍ୟପକ୍ଷରେ ଏବେ ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ଭିତରେ ରହିଛି। କେବଳ ଭୁବନେଶ୍ୱରେ ସଂଖ୍ୟା ବଢୁଛି କମୁଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଆଶା କରିବା ପୂଜା ଛୁଟି ପରେ ସ୍ଥିତି ଭଲ ହୋଇଯିବ। ଅନ୍ୟ କ୍ଲାସ ଖୋଲିବ ।

କୋଭିଡ ପାଇଁ ଏବେ ଅନଲାଇନରେ ଚାଲିଛି ଶିକ୍ଷାଦାନ । ଏହାର ନକାରାତ୍ମକ ପ୍ରଭାବ ବି ଛାତ୍ରଛାତ୍ରୀଙ୍କ ଉପରେ ପଡୁଛି । ଅନଲାଇନରେ ପାଠ ପଢ଼ା ଯୋଗୁ ପିଲାମାନେ ମୋବାଇଲ ଆଡିକ୍ଟ ହୋଇଯାଉଛନ୍ତି । ଏଥିପାଇଁ ଅଭିଭାବକ ଅଧିକ ଯତ୍ନଶୀଳ ହେବା ଦରକାର ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

ପିଲାଙ୍କ ପାଇଁ କୋଭିଡ ଟିକା ଏଯାଏ ଆସିନାହିଁ । ୨ରୁ ୧୮ ବର୍ଷ ଯାଏ ପିଲାଙ୍କ ପାଇଁ କୋଭାକ୍ସିନ ଟିକାକୁ ଖୁବଶୀଘ୍ର DCGI ଅନୁମତି ଦେଇପାରେ । ସମ୍ଭାବ୍ୟ ତୃତୀୟ ଲହରରେ ପିଲାମାନେ ଅଧିକ ସଂକ୍ରମିତର ସମ୍ଭାବନା ଥିବା ବିଶେଷଜ୍ଞ କହୁଛନ୍ତି ।

ହେଲେ ତୃତୀୟ ଲହର କେବେ ଆସିବ ତାହା କାହାକୁ ଜଣାନାହିଁ । ଏସବୁ ଭିତରେ ପ୍ରାୟ ଦୁଇ ବର୍ଷ ହେଲାଣି ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଛାଡ଼ିଦେଲେ ଅନ୍ୟ କ୍ଲାସର ପିଲାମାନେ ସ୍କୁଲ ଦୁଆର ମାଡ଼ି ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.