ରାଜ୍ୟ

ପୋଖରୀରେ ଘଟିଗଲା ଅଘଟଣ: ଦୁଇ ଭାଇଙ୍କୁ ଏକା କରିଦେଇ ଆରପାରିକୁ ଚାଲିଗଲା ମିଲନ

ଭୁବନେଶ୍ୱର(କେନ୍ୟୁଜ୍): କ୍ୟାପିଟାଲ ହସ୍ପିଟାଲର ସେଇ ଶବ ବ୍ୟବଚ୍ଛେଦ ଘର । ସେଇ ଘର ପରିସରରେ ଠିଆ ହୋଇଥାଏ ଗୋଟିଏ ଆମ୍ବୁଲାନ୍ସ । ଆମ୍ବୁଲାନ୍ସ ଭିତରେ ଥୁଆ ହୋଇଥାଏ ଗୋଟିଏ ଚଉଦ ପନ୍ଦର ବର୍ଷର ଅଷ୍ଟମ ଶ୍ରେଣୀ ବାଳକର ଶବ । ହେଲେ ଏଥର କିନ୍ତୁ କୋଉ ଆଉ ମାଆ କାନ୍ଦୁନଥିଲା ଶବ ପାଖରେ ଛାତି ଫଟାଇ ଲୁହ ଗଡ଼ାଇ, କି କୋଉ ବାପା କାନ୍ଦୁନଥିଲା ଧାର୍ଯ୍ୟହରା ହୋଇ । କାରଣ କଣ ଜାଣିଲେ ଆପଣମାନେ ମଧ୍ୟ ଦୁଃଖରେ ମ୍ରିୟମାଣ ହୋଇଯିବ ।

ମୃତ୍ୟୁବରଣ କରିଥିବା ଏଇ ପିଲାଟିର ନାମ ମିଲନ ପ୍ରଧାନ। ବରମୁଣ୍ଡା ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେପଢୁଥିଲା । ଏପିଲାଟିର ଏ ସଂସାରରେ ଦୁଇ ବଡ ଭାଇଙ୍କ ଛଡା କେହି ନାହାନ୍ତି । ମିଲନ ଜନ୍ମ ହୋଇ ଅଳ୍ପ କେତେ ବର୍ଷ ହୋଇ ଥିଲା ବାପା ମାଆ ଦୁର୍ଘଟଣାରେ ଆଖି ବୁଜିଥିଲେ । ଛୁଆଟି ବେଳୁ ବଡ ଭାଇ ହିଁ ସବୁ କଥା ବୁଝୁଥିଲେ । ଯେମିତି ସେମିତି ବଡ଼ ହେଲା ଆଉ ପାଠ ପଢିଲା । ତେବେ ଏମିତି କଣ ହେଲା ଯେ ପିଲାକୁ ନିଜ ଜୀବନ ହାରିବାକୁ ପଡିଲା । ଥରେ ଶୁଣନ୍ତୁ କଣ କହୁଛନ୍ତି ପିଲାଟିର ମଝିଆ ଭାଇ । ବାପା ମାଙ୍କୁ ହରାଇବା ପରେ ଏବେ ସାନ ଭାଇର ମୃତ୍ୟୁ କୁ ସେ ସହଜରେ ଗ୍ରହଣ କରି ପାରୁନାହାନ୍ତି । ଠିକ୍ ରେ କଥା କହିବା ବି ତାଙ୍କ ପକ୍ଷେ ସମ୍ଭବ ହୋଇପାରୁନାହିଁ ।

ଯାହା ସୂଚନା ମିଳିଛି କି ଗତକାଲି ଗାନ୍ଧି ଜୟନ୍ତୀ ଥିବାରୁ ମିଳନ ସ୍କୁଲ୍ ପୋଷାକ ପିନ୍ଧି ଘରୁ ବାହାରିଥିଲା ସ୍କୁଲ୍ ଯିବା ପାଇଁ । ସ୍କୁଲ ଛାତ୍ର ମାନଙ୍କ ସହିତ ସଫେଇ କାମ ସାରି ସିଧା ମିଲନ ଚାଲିଲା ବରମୁଣ୍ଡା ମନ୍ଦିର ପାଖରେ ଥିବା ପୋଖରୀକୁ । ତିନି ଚାରି ଜଣ ସାଙ୍ଗ ମିଶି ସ୍କୁଲ ଡ୍ରେସ ରଖି ପୋଖରୀରେ ଗାଧୋଇଲେ । ହେଲେ ମିଲନ ବୁଡି ଗଲା କି କଣ ହେଲା କେହି ଦେଖି ନାହାନ୍ତି । ହେଲେ ମିଲନକୁ ପୋଖରୀରେ ଭାସୁଥିବାର ଦେଖି ଜଣେ ବ୍ଯକ୍ତି ଉଦ୍ଧାର କରି ମେଡିକାଲ୍ ନେଇଥିଲେ । ସେତେବେଳକୁ ସବୁ ସରିସାରିଥିଲା । ତେବେ କେବଳ ସାଙ୍ଗରେ ଗାଧୋଇ ଯାଇଥିବା ତିନିଜଣ ସାଙ୍ଗ ହିଁ କହିପାରିବେ କେମିତି କଣ ହେଲା? ମିଲନ କେମିତି ବୁଡ଼ିଲା?

ଏପଟେ ମିଲନର ନିଜ ଗାଁ ବାଲିଗୁଡାରେ ହୋଇଥିଲାବେଳେ ସେ ବରମୁଣ୍ଡା ଗାନ୍ଧୀ ମାର୍କେଟ ପାଖରେ ଭାଇ ମାନଙ୍କ ସହ ରହୁଥିଲେ। ଜଣେ ବ୍ୟକ୍ତି ଯିଏ କି ଏହି ଭାଇ ମାନଙ୍କୁ ଆଣି ପାଖରେ ରଖି ପାଠ ପଢ଼ାଇଥିଲେ । ଅଳ୍ପ ବଡ଼ ହୋଇଥିଲେ ପାଖରେ ଆଣି ରଖିଥିବା ବ୍ୟକ୍ତି ଜଣଙ୍କ ସେମାନଙ୍କୁ ଛାଡି ଚାଲିଗଲେ । ନିଜ ଗୋଡ଼ରେ ପର ପାଖରେ ମୂଲ ଲାଗି ବଡ଼ ହେଲେ ପିଲାମାନେ । ହେଲେ ଦଇବ ପୁଣି ଦେଇଗଲା ଏତେ ବଡ କଷ୍ଟ। ତେବେ ଶବ ବ୍ୟବଚ୍ଛେଦ ପରେ ଭାଇ ମାନେ ଛାତିରେ ପଥର ରଖି ସାନ ଭାଇ ମିଲନର ସତ୍କାର କରିଛନ୍ତି ।

 

Sonalisa

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

8 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

10 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

11 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

11 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

11 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

13 hours ago