ବେଆଇନ କୋଇଲା ପାଉଁଶ ଚାଲାଣ ବେଳେ ୯ ବେପାରୀ ଗିରଫ

ଚୌଦ୍ୱାର : କଟକ ଜିଲ୍ଲା ଚୌଦ୍ୱାର ଠାରେ ବେଆଇନ କୋଇଲା ପାଉଁଶ ଚାଲାଣ କରୁଥିବା ୯ଜଣ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଚୌଦ୍ଵାର ପୋଲିସ l ସେମାନଙ୍କ ନିକଟରୁ ଗୋଟେ ହାଇୱା, ଦୁଇଟି ବାଇକ୍ ଓ ଗୋଟେ କାର ଜବତ୍ କରିଛି । ଦୀର୍ଘ ଦିନ ଧରି ଏହି ଗୋଷ୍ଠୀ ଚୌଦ୍ୱାର ଥାନା ଅନ୍ତର୍ଗତ ବାଣିପଦା ପଞ୍ଚାୟତର କଜଳକଣା, ଗୋପାଳପୁର, ଇନ୍ଦ୍ରାଣୀ ପାଟଣା ଆଦି ଅଞ୍ଚଳରୁ ବେଆଇନ୍ ଭାବେ କୋଇଲା ପାଉଁଶ ଓ ମୋହରମ୍ ବିଭିନ୍ନ ଜାଗାକୁ ପଠାଉଥିଲେ l ପୋଲିସ ଏହି ଗୋଷ୍ଠୀର ନିର୍ଦ୍ଧିଷ୍ଟ ସୁରାକ ପାଇପାରୁନଥିବାରୁ ଅଞ୍ଚଳରେ କିଛି ଲୋକଙ୍କୁ ଖବରି ଭାବରେ ରଖିଥିଲା l
ସେଇ ଖବରିମାନଙ୍କ ମଧ୍ୟରୁ ଏହି ୯ ଜଣିଆ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଅଜୟ ବେହେରା ନାମକ ଜଣେ ଯୁବକଙ୍କୁ ଗତକାଲି ବିଳମ୍ୱିତ ରାତିରେ ଆକ୍ରମଣ କରିବା ସହ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ l ଯାହାକୁ ନେଇ ଅଜୟ ଆଜି ଚୌଦ୍ୱାର ଥାନାରେ ଏକ ଏତଲା ଦେଇଥିଲେ l ଏହି ଏତଲା ଆଧାରରେ ପୋଲିସ ଆଜି ୯ ଜଣଙ୍କୁ ଗିରଫ କରିବା ସହ ବେଆଇନ୍ କାର୍ଯ୍ୟରେ ଲାଗିଥିବା ହାଇୱା, କାର ଏବଂ ମୋଟର ସାଇକେଲକୁ ସିଜ୍ କରିଛି l