ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବୋମାମାଡ଼ ଘଟଣା : ୯ ଜଣଙ୍କୁ ଗିରଫ କରିଛି ପୋଲିସ

ବ୍ରହ୍ମପୁର: ଲାଞ୍ଜିପଲ୍ଲୀ ବୋମାମାଡ଼ ଘଟଣାରେ ୯ ଜଣଙ୍କୁ ପୋଲିସ ଗିରଫ କରିଛି । ଗତ ୮ ତାରିଖ ଦିନ ଚିକେନ ରବି ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ବିଷୋୟୀ ୪ ଜଣ ସହଯୋଗୀଙ୍କ ସହ ଯାଉଥିବା ବେଳେ ଲାଞ୍ଜିପଲ୍ଲୀ ଢିପସାହି ରାସ୍ତା ଉପରେ ତାଙ୍କ କାର ଉପରକୁ ବୋମାମାଡ଼ ହୋଇଥିଲା । ଏଥିରେ ସୁଶାନ୍ତ ଓ ତାଙ୍କର ଦୁଇ ସହଯୋଗୀ ଆହତ ହୋଇଥିଲେ । ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରି ପୋଲିସ ୯ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ୪ଟି ମୋଟର ସାଇକେଲ, ୪ଟି ବୋମା ଓ ୫ଟି ମୋବାଇଲ ଜବତ କରାଯାଇଛି । ଏହି ଘଟଣାରେ ଅନ୍ୟ ଦୁଇ ଜଣ ଫେରାର ଅଛନ୍ତି । ଚିକେନ୍ ରବିର ସହଯୋଗୀ ସୁନୀଲ ବେହେରା ଜେଲ୍ରେ ଥାଇ ଏହି ଆକ୍ରମଣ ଯୋଜନା କରିଥିଲା ବୋଲି ବ୍ରହ୍ମପୁର ଏସ୍ପି କହିଛନ୍ତି ।