ରିଷ୍ଟୋରେସନ୍ ପ୍ରକ୍ରିୟା ଆରମ୍ଭ, ଫନି ପ୍ରଭାବିତ ଅଞ୍ଚଳରେ ଲାଗିବ ୯ କୋଟି ଗଛ

ରାଜ୍ୟର ବାତ୍ୟା ଫନି ପ୍ରଭାବିତ ଅଞ୍ଚଳରେ ୯ କୋଟି ଗଛ ଲାଗିବ । ଏଥିପାଇଁ ୫ ବର୍ଷିୟା ଯୋଜନାରେ ୧୮୭ କୋଟି ଟଙ୍କା ଖର୍ଚ୍ଚ ହେବ । ଫନି ଯୋଗୁ ୫୩୭ କୋଟି ଟଙ୍କାର ବୃକ୍ଷ ନଷ୍ଟ ହୋଇଥିଲା । ପୁଣି ସବୁଜିମା ସୃଷ୍ଟି ପାଇଁ ମାଗଣାରେ ପାଖାପାଖି ୫୦ଲକ୍ଷ ଚାରା ବଣ୍ଟନ ହେବ । ବାଲୁଖଣ୍ଡରେ ୯୦ଲକ୍ଷ ଗଛରୁ ୫୦% ଗଛ ନଷ୍ଟ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ୪୫୦ ହେକ୍ଟର ଜମିରେ ବୃକ୍ଷରୋପଣ ହେବ । ଉପକୂଳ ଅଞ୍ଚଳରେ ବୃକ୍ଷରୋପଣ କରାଯିବ । ୧୧ଶହ ହେକ୍ଟର ଜମିରେ ନଡିଆ, କାଜୁ ଓ ଗୁଆ, ଆମ୍ବ ଆଦି ଫଳ ଗଛ ଲଗାଯିବା । ତେବେ ରିଷ୍ଟୋରେସନ ପ୍ର୍ରକ୍ରିୟାରେ ୨ହଜାର ଗଛକୁ କରାଯିବା ବିଶେଷ କରି ୭୦ ହଜାର ବଡ ଗଛକୁ ରୋପଣ କରିବା ପାଇଁ ନିଷ୍ପତି ହୋଇଥିବା କହିଛନ୍ତି ପିସିସିଏଫ । ଏଥିପାଇଁ OUAT, ଫରେଷ୍ଟ, NGOଙ୍କୁ ନେଇ କମିଟି ଗଠନ ହୋଇଛି ବୋଲି PCCF ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.