ଏସସିବି ମେଡିକାଲ କଲେଜ ପାଇଁ କିଣାହେଲା ୯ଟି ଇକମୋ ମେସିନ୍, ଅଗଷ୍ଟ ୧୫ରୁ ହେବ କାର୍ଯ୍ୟକ୍ଷମ

କଟକ(କେନ୍ୟୁଜ): କଟକ ଏସସିବି ମେଡିକାଲ କଲେଜ ପାଇଁ ୯ଟି ଇକମୋ ମେସିନ କିଣାଯାଇଛି । ରାଜ୍ୟ ସରକାରଙ୍କ ପାଣ୍ଠିରେ ୬ଟି ଓ ସିଏସଆର ଫଣ୍ଡରେ କିଣାଯାଇଛି ୩ଟି ଇକମୋ ମେସିନ । ମେସିନ୍‌ ପରିଚାଳନା ପାଇଁ କର୍ମଚାରୀ ଓ ଅଧିକାରୀ କୋଲକାତା ମେଡିକା ହସପିଟାଲ୍‌ରେ ଦୁଇଟି ପର୍ଯ୍ୟାୟରେ ଟ୍ରେନିଂ ନେବେ। ଜୁଲାଇ ୩୧ ସୁଦ୍ଧା ତାଲିମ ସରିବ। ଏଥିସହ ଅଗଷ୍ଟ ୧୫ରୁ ଏସସିବିରେ ଇକମୋ କାର୍ଯ୍ୟକ୍ଷମ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.