ରେଢାଖୋଲ: ଦୁଇ ରେଞ୍ଜ ମଝିରେ ଫସି ରହିଛି ୯ ଟିକିଆ ହାତୀ । ବିଳମ୍ବିତ ରାତିରୁ ୯ ପଟିଆ ହାତୀ ପଲ ରେଢ଼ାଖୋଲ ବନଖଣ୍ଡ, ଵଡବାହାଲ ରେଞ୍ଜ ଓ ରେଢ଼ାଖୋଲ ରେଞ୍ଜର ଅଙ୍ଗାରପଢା ଗାଁ ମଝିରେ ଫସି ରହିଛନ୍ତି । ଉଭୟ ରେଞ୍ଜରେ ଥିବା ଗାଁ ଲୋକେ ବାଟ ନଛାଡିବା ଯୋଗୁ ହାତୀପଲ ଵାହାରି ପାରୁନାହାନ୍ତି । ଧାନ ଅମଳ ସମୟରେ ହାତୀ ଥିବାରୁ ଚାଷୀଙ୍କ ଚିନ୍ତା ବଢିଯାଇଛି । ହାତୀ ଘୋଉଡାଇଵାରେ ବନବିଭାଗ ବିଫଳ । ବନବିଭାଗ ମାଇକ ଧରି ଲୋକଙ୍କୁ ସଚେତନ କରୁଛନ୍ତି ।