ବ୍ରହ୍ମଗିରି ବନବିଭାଗ ଅଧୀନ ନିଶି ଭଅଁର ଗାଁରୁ ଉଦ୍ଧାର ନାଗ ସାପ ଅଣ୍ଡାରୁ ଫୁଟିଲା ୯ ସୁସ୍ଥ ଛୁଆ

ବ୍ରହ୍ମଗିରି(କେନ୍ଯୁଜ୍): ଉଦ୍ଧାର ନାଗ ସାପ ଅଣ୍ଡାରୁ ଫୁଟିଲା ୯ ସୁସ୍ଥ ଛୁଆ। ସୂଚନା ଅନୁଯାୟୀ, ବ୍ରହ୍ମଗିରି ବନବିଭାଗ ଅଧୀନ ନିଶି ଭଅଁର ଗାଁରୁ ନବଘନ ନାୟକଙ୍କ ଘର ପଛପଟୁ ଚଳିତ ମାସ ୨ ତାରିଖରେ ଉଦ୍ଧାର ହୋଇଥିଲା ଏକ ନାଗ ସାପ ସହିତ ତାର ୧୦ ଟି ଅଣ୍ଡା। ଯାହା ବ୍ରହ୍ମଗିରି ସ୍ନେକ ହେଲ୍ପ ଲାଇନର ସଦସ୍ୟ ସିଦ୍ଧାର୍ଥ ପଟ୍ଟନାୟକ ଓ ତାଙ୍କ ସହଯୋଗୀ ମୁନା ଉଦ୍ଧାର କରିଥିଲେ। ଉଦ୍ଧାର ନାଗ ସାପ ଟିକୁ ଓ ତାର ସମସ୍ତ ଅଣ୍ଡାକୁ ବନବିଭାଗକୁ ହସ୍ତାନ୍ତର କରାଯାଇଥିଲେ ।

ବନବିଭାଗ ନାଗ ସାପଟିକୁ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡ଼ି ଦେଇଥିଲେ । ଆଉ ସମସ୍ତ ଅଣ୍ଡାକୁ ସ୍ନେକ୍ ହେଲ୍ପ ଲାଇନ ଦ୍ବାରା ଛୁଆ ଫୁଟାଇବା ପାଇଁ ସୁରକ୍ଷିତ ରଖାଯାଇଥିଲା। ତେବେ ଆଜି ସକାଳୁ ସମସ୍ତ ୧୦ ଅଣ୍ଡାରୁ ୯ ଟି ନାଗ ସାପ ଛୁଆ ସୁସ୍ଥ ଭାବରେ ଫୁଟି ଥିବା ବେଳେ ସେଥିରୁ ଗୋଟିଏ ଅଣ୍ଡା ନଷ୍ଟ ହୋଇଥିବା ଜଣାପଡିଛି ।

ସମସ୍ତ ସୁସ୍ଥ ନାଗ ସାପ ଛୁଆକୁ ନିକଟସ୍ଥ କାଲିକାବାଡ଼ି ଫରେଷ୍ଟ ଜଙ୍ଗଲରେ ଛାଡ଼ି ଦିଆଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମଗିରି ରେଞ୍ଜ କାର୍ଯ୍ୟାଳୟ ଫରେଷ୍ଟର ସଞ୍ଜୟ କୁମାର ମଲ୍ଲିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.