ରାଜ୍ୟର ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା, ୯ ମୃତ

ଆଜି ଥିଲା ଅଶୁଭ ରବିବାର । ରାଜ୍ୟର ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା । ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ନୟାଗଡ ଜିଲ୍ଲାର ୨ ଟି ସ୍ଥାନରେ ଦୃଘଟଣା ଘଟିଛି । ରଣପୁର ଥାନା ଲୋଧାଚୁଆ ନିକଟରେ ୨ଟି ବାଇକକୁ ଯାତ୍ରୀବାହୀ ବସ ଧକ୍କା ଦେବାରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ସେହିପରି ନୟାଗଡ ଟାଉନ ଥାନା ନୂଆ ବସଷ୍ଟାଣ୍ଡ ନିକଟରେ ବାଇକ ମିନିଟ୍ରକ ଧକ୍କା। ଜଣେ ମୃତ ଜଣେ ଗୁରୁତର ।  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି – ପୋଡାମାରି ରାସ୍ତାର ନିର୍ମାଣାଧୀନ ନୂଆ କୋର୍ଟ ସମ୍ମୁଖରେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଜଣେ ମୃତ, ଜଣେ ଗୁରୁତର ।

 ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ସାନଦେଉଳି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଟୋ-ବୁଲେଟ ମୁହାଁମୁହିଁ ଧକ୍କା ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ବୁଲେଟ ଅରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅଟୋରେ ଥିବା ଯାତ୍ରୀ ଆହତ ହୋଇଛନ୍ତି ।

ବାଲିଗୁଡ଼ାରେ ଜାତୀୟ ରାଜପଥର ପରମପାଙ୍ଗା ନିକଟରେ ଦୁଇଟି ବାଇକକୁ ସାମ୍ନାପଟୁ ଧକ୍କା ଦେଲା ଟ୍ରକ l ଗୋଟିଏ ବାଇକରେ ଥିବା ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ସେହିପରି ଅନ୍ୟ ଏକ ବାଇକରେ ଥିବା ଭାଇ ଭଉଣୀ ଗୁରୁତର ଆହତ ହୋଇଛନ୍ତି l ମୃତ ବାଇକ ଚାଳକ ବାଲିଗୁଡା ଥାନା ସାମାନବାଡ଼ି ଗାଁର ବିଷ୍ଣୁ ଚରଣ ପ୍ରଧାନ ।

ଚମ୍ପୁଆ ଥାନା ଅର୍ନ୍ତଗତ ମହେଶ୍ବର ପୁର ଗାଁ ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓହ୍ଲାଇ ଗଛରେ ପିଟିହେଲା କାର। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଥିବା ଜଣାପଡ଼ିଛି ।

You might also like