୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ, ଏମାନଙ୍କ ଉପରେ ଥିଲା ୪୩ ଲକ୍ଷ ପୁରସ୍କାର
ମାଲକାନଗିରି : ୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା SPଙ୍କ ନିକଟରେ ନଅ ଜଣ ହାର୍ଡ କୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଦୁଇ ଜଣ ମହିଳା ମାଓବାଦୀ ସମେତ ୯ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ନଅ ଜଣଙ୍କ ନାଁରେ ମୋଟ ୪୩ ଲକ୍ଷ୍ୟ ଟଙ୍କା ପୁରସ୍କାର ଥିଲା। ଦୁଇ ଜଣ ମାଓବାଦୀଙ୍କ ନାଁ ରେ ୮ ଲକ୍ଷ ଟଙ୍କା ଏବଂ ୪ ଜଣ ମାଓବାଦୀଙ୍କ ନାଁରେ ୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ଥିଲା । ୯ ଜଣ ମାଓବାଦୀଙ୍କ ଉପରେ ମୋଟ ୪୩ ଲକ୍ଷ ପୁରସ୍କାର ଥିଲା । ବୁର୍କାପାଲ ଘଟଣା ସମେତ ଅନେକ ଘଟଣାରେ ସମ୍ପୃକ୍ତ ଥିଲେ । ଏସପି କିରଣ ଚୌହାନଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି।