ରାଜ୍ୟ

ଢେଙ୍କାନାଳ: ୯ ମାସର ଗର୍ଭବତୀ ପ୍ରେମିକାର ପେଟକୁ ଗୋଇଠା ମାରି ଗୁରୁତର କଲା ପ୍ରେମିକ, ଥାନାରେ ଅଟକ

କାମାକ୍ଷାନଗର(କେନ୍ୟୁଜ୍):  ବିବାହ କରି ୨ଟି ପିଲାର ବାପା ହୋଇ ଆଉ ଜଣେ ଯୁବତୀ ପ୍ରେମ ନିଶା କଲା ପାଗଳ।  ଅନୁଗୁଳ ଜିଲ୍ଲା ବଅଁରପାଳ ଅଞ୍ଚଳର ଜଣେ ଯୁବତୀଙ୍କୁ ମିଛ କହି ପ୍ରେମକଲେ, ମିଛିମିଛିକା ମଥାରେ ସିନ୍ଦୁର ଦେଲେ  ଆଉ ଯୁବତୀଙ୍କୁ ନେଇ ପାଳାଇଲେ ଆନ୍ଧ୍ରପ୍ରଦେଶର କାକିନାଡା। ସେଠାରେ ଯୁବତୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଲେ , ଏବେ ୯ ମାସର ଗର୍ଭବତୀ ଥିଲେ ଯୁବତୀ। ଯୁବକଙ୍କ ଘର କଙ୍କଡ଼ାହାଡ଼ ବ୍ଲକ ପରଜଙ୍ଗ ଥାନା ପଙ୍ଗାତିରା ଗାଁରେ।

ନାମ ସତ୍ୟାନନ୍ଦ ନାୟକ। ସତ୍ୟାନନ୍ଦଙ୍କ ବାପା ରତ୍ନାକରଙ୍କ ମୃତ୍ୟୁ କିଛି ଦିନ ତଳେ ହୋଇଥିଲା।  ଶୁଦ୍ଧକ୍ରିୟାରେ ଯୋଗଦେବାକୁ  କାକିନାଡାରୁ ୨ୟ ସ୍ତ୍ରୀଙ୍କୁ ଧରି ଟ୍ରେନ ଯୋଗେ ଆସି ଗତ ତା ୩ ତାରିଖ ଦିନ ତାଳଚେର ରୋଡ ରେଳଷ୍ଟେସନରେ ଓଲହାଇ ଅଟୋ ଯୋଗେ ନିଜ ଗାଁକୁ ଆସୁଥିଲେ । ହେଲେ ତାଙ୍କ ପ୍ରେମ ଓ ଦ୍ବିତୀୟ ବିବାହ କଥା  ପ୍ରଥମ ସ୍ତ୍ରୀ ଜାଣିଯିବାର ଭୟ ଘାରିଥିଲା ସତ୍ୟାନନ୍ଦକୁ। ଏଥିପାଇଁ ବାଟରେ ଗତରେଇ ଗାଁ ଜଙ୍ଗଲ ନିକଟରେ ହଠାତ ନିଜ ପ୍ରେମିକାକୁ  ଏକ ବଡ ପଥର ଖଣ୍ଡ ଯୋଗେ ମୁଣ୍ଡକୁ ଛେଚି,ତଣ୍ଟିକୁ ଚିପି ଓ ତାଙ୍କ ଗର୍ଭବତୀ ପେଟକୁ ବାରମ୍ବାର ଗୋଇଠା ମାରି ହତ୍ୟା କରିବା ପାଇଁ ଚେଷ୍ଟା କଲା ।ପ୍ରେମିକା ଏହି ମରଣାନ୍ତକ ଆକ୍ରମଣ ଦ୍ବାରା ଚେତା ଶୂନ୍ୟ ହୋଇ ଘଟଣା ସ୍ଥଳରେ ପଡିରହିଲା।

ପ୍ରେମିକା ମରିଗଲା ଭାବି  ତାକୁ ଘଟଣା ସ୍ଥଳରେ ଛାଡି ଲୁଚି ଗାଁକୁ ପଳାଇଗଲା । ବାଟରେ ମୁର୍ମୂଷ ଅବସ୍ଥାରେ ଯୁବତୀଙ୍କୁ ଦେଖି କେହି ଜେଣେ  ପୋଲିସକୁ  ଖବର ଦେଇଥିଲେ।   ଖବର ପାଇ ମହାବିରୋଡ଼ ଫାଣ୍ଡି ପୁଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଅତି ଗୁରୁତର ଅବସ୍ଥାରେ ଉଦ୍ଧାର କରି  ଅନଗୁଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କର ପେଟରେ ଥିବା ୯ ମାସର ପିଲାଟିର ମୃତ୍ୟୁ ହୋଇଯାଇଛି। ଗୁରୁତର ଅବସ୍ଥାରେ ତାଙ୍କ ଚିକିତ୍ସ ଜାରି ରହିଛି।  ଅବସ୍ଥା ସଙ୍କଟପର୍ଣ୍ଣ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି । ଆଜି ଭୋରୁ ଅଭିଯୁକ୍ତ ସତ୍ୟାନନ୍ଦ ନାଏକଙ୍କୁ  ମହାବୀରୋଡ ଫାଣ୍ଡି ପୁଲିସ ଗିରଫ କରି ଭାରତୀୟ ପିଙ୍ଗଳ କୋଡ ଦଫା ୨୯୪/୩୨୩/୩୨୪/୩୦୭/୪୧୭/୪୯୩ ଅନୁସାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୌଭାଗ୍ୟ କୁମାର ସ୍ବାଇଁ ସୂଚନା ଦେଇଛନ୍ତି ।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

16 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

31 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

46 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

56 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago