ଭଦ୍ରକ, ବାଲେଶ୍ୱର,ଢେଙ୍କାନାଳ,କେନ୍ଦ୍ରାପଡା : ପୃଥକ ପୃଥକ ସ୍ଥାନରେ ବଜ୍ରପାତ ଯୋଗୁଁ ଚାଲିଗଲା ୯ ଜଣଙ୍କ ଜୀବନ । ଭଦ୍ରକ ଜିଲ୍ଲାର ଆଗରପଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ବଜ୍ରାଘାତ ଘଟି ୨ ଜଣ ମୃତ୍ୟୁ ହୋଇଛି । ୨ଜଣ ଗୁରୁତର ହୋଇ ପଡିଛନ୍ତି । ସେମାନଙ୍କୁ ଆଗରପଡା ଡାକ୍ତରଖାନାରେ ଭର୍ତି କରାଯାଇଛି । ମୃତକ ହେଲେ ଆଗରପଡା ଥାନା ଭଗାରାମ ଗ୍ରାମର ଗୌରୀ ଦାସ ଓ ଖଇରା ଥାନା ପଦୁନା ଗ୍ରାମରେ ରାକେଶ ତିଆଡ଼ି। ୨ଜଣ ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ହୋଇଥିଲା ।
ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଧୀନ ଦକ୍ଷିଣ ନରସିଂହପୁର ପଞ୍ଚାୟତ ଉଲଡଙ୍ଗ ଗାଁ ରେ ଘଟିଛି ଏହି ଅଭାବନୀୟ ଘଟଣା। ବାଲେଶ୍ୱର ଖଇରା ଥାନା ପଦୁନା ଗାଁରେ ବଜ୍ରପାତ ଯୋଗୁଁ ଜଣେ ମୃତ । ନୀଳଗିରି ଓଲଡଙ୍ଗ ଅଞ୍ଚଳରେ ବଜ୍ରାଘାତରେ ଜଣେ ମୃତ । ସୂଚନା ଅନୁଯାୟୀ ନୀଳଗିରି ବ୍ଲକ୍ ଗରଡି ପଞ୍ଚାୟତ ଅସ୍ତରଖୀ ଗାଁର ଆଜି ଚାରି ଜଣ ଶ୍ରମିକ ବିଲକାମ କରିବା ପାଇଁ ଉଲଡଙ୍ଗ ଗାଁ କୁ ଆସିଥିଲେ ଦୁଇ ଜଣ ଅନ୍ୟ ଚାଷ ଜମିରେ କାମ କରୁଥିବା ବେଳେ ଭୀମ ମାଝୀ ଏବଂ ସ୍ତ୍ରୀ ସୀତା ମାଝୀ ଉଲଡଙ୍ଗ ଗାଁର ପ୍ରିୟବ୍ରତ ସ୍ୱାଇଁଙ୍କ ବିଲକୁ ଚାଷ କାମ ପାଇଁ ଯାଉଥିବା ସମୟରେ ଅଚାନକ ଭୀମ ମାଝୀଙ୍କ ଉପରେ ବଜ୍ରାଘାତ ହୋଇଥିଲା ଫଳରେ ଭୀମ ମାଝୀ ସଂଜ୍ଞାହୀନ ଭାବେ ଗୁରୁତର ହୋଇପଡିଥିଲେ । ଜମି ମାଲିକ ତୁରନ୍ତ ୧୦୮ ଯୋଗେ ଭୀମ ମାଝୀଙ୍କୁ ନୀଳଗିରି ଡ଼ାକ୍ତରଖାନାକୁ ଆଣିଥିଲେ ହେଁ ଡ଼ାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ ।
ଢେଙ୍କାନାଳ କାମାକ୍ଷାନଗର ଥାନା କାଦୁଆ ଗାଁରେ ଜଣେ ମୃତ । କେନ୍ଦ୍ରାପଡା ସଦର ଥାନା ଆୟବା ଗାଁରେ ଜଣଙ୍କର ମୃତ୍ୟୁ । ଭଦ୍ରକ ଆଗରପଡା ଅଞ୍ଚଳର ୨ ଗୁରୁତର ମେଡିକାଲରେ ଭର୍ତ୍ତି । କେନ୍ଦ୍ରାପଡା ଡେରାବିଶ ସନ୍ଥପୁରା ସ୍କୁଲରେ ବଜ୍ରପାତ । ଜଣେ ଛାତ୍ରୀ ଗୁରୁତର । କାମାକ୍ଷାନଗର ଥାନା କାଦୁଆ ଗାଁରେ ବଜ୍ରାଘାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସେହି ଗ୍ରାମର ଭୀମସେନ ପରିଡା । ସୂଚନା ଅନୁସାରେ ଭୀମସେନ ଆଜି ସକାଳ ପ୍ରାୟ ୧୦ ଟା ସମୟରେ ବିଲକୁ ସାର ପକାଇବା ପାଇଁ ଯାଇଥିଲେ ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଧୀନ ଦକ୍ଷିଣ ନରସିଂହପୁର ପଞ୍ଚାୟତ ଉଲଡଙ୍ଗ ଗାଁ ରେ ଘଟିଛି ଏହି ଅଭାବନୀୟ ଘଟଣା।