ଭଦ୍ରକ(କେନ୍ୟୁଜ୍) : ଭଦ୍ରକ ସାହାଡା ପଞ୍ଚାୟତ ଧର୍ମସରଣ ବିନ୍ଧା ଗାଁରେ ଭୟାବହ ଅଗ୍ନିକାଣ୍ଡ। ନିଆଁର ଆଁରେ ୩ଟି ପରିବାରର ୯ବଖରା ଘର ପୋଡି ପାଉଁଶ ହୋଇଯାଇଛି। ୩ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଲକ୍ଷାଧିକ ଟଙ୍କାର ଧନ ସଂପତ୍ତି ପୋଡି ନଷ୍ଟ ହୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ଧର୍ମସରଣ ବିନ୍ଧା ଗାଁର ପୁରୁଷୋତ୍ତମ ସେଠୀଙ୍କ ଘରେ ବିଦ୍ୟୁତ୍ ସର୍ଟସର୍କିଟ୍ ଯୋଗୁ ନିଆଁ ଲାଗି ଯାଇଥିଲା। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।