ମାଲକାନଗିରି: କୁମ୍ଭୀର ଆକ୍ରମଣରେ ଜଣେ ୯ ବର୍ଷର ନାବାଳକ ମୃତ

ମାଲକାନଗିରି: କୁମ୍ଭୀର ନେଇଛି ନେଲା ଆଉ ଏକ ନିରୀହ ଜୀବନ। ମାଲକାନଗିରି ସିଲେରୁ ନଦୀରେ କୁମ୍ଭୀର ଆକ୍ରମଣରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଚିତ୍ରକୋଣ୍ଡା ଥାନା ଜଲାସାହିର ୯ବର୍ଷର ବାଳକ କୈଳାସ ମାଝୀ ବୋଲି ଜଣାଯାଇଛି । ଶନିବାର ସ୍ୱିପହାର ସମୟରେ କୈଳାସ ନଦୀକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାରଲୋକ ରାତି ସାରା ଖୋଜାଖୋଜି କରିବା ପରେ ପୁଅକୁ ପାଇନଥିଲେ।

ଆଜି ସକାଳୁ ହାତ ଗୋଡ ନଥିବା ଅବସ୍ଥାରେ ନଦୀରେ ଭାସୁଥିବା ଅବସ୍ଥାରେ ଗାଁଲୋକ ଦେଖି ପୋଲିସକୁ ଖବର ଦେଇଥିଲେ। ଏନେଇ ଥାନାରେ ଏକ ମାମାଲା ରୁଜୁ କରାଯାଇ ମୃତଦେହ ବ୍ୟବଛେଦ ପାଇଁ ପଠାଯାଇଛି। ବାରମ୍ବାର କୁମ୍ଭୀର ଆକ୍ରମଣରେ ଲୋକଙ୍କ ଜୀବନ ଯାଉଥିବାବେଳେ ବନବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.