ସାପ କାମୁଡ଼ାରେ ଚାଲିଗଲା ୯ ବର୍ଷର ବାଳକର ଜୀବନ, ଗାଁକୁ ଭଲ ରାସ୍ତା ନଥିବାରୁ ଠିକଣା ସମୟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ

ବାଲେଶ୍ବର(କେ ନ୍ୟୁଜ):  ଜଙ୍ଗଲକୁ ଛେଳି ଚରାଇଵାକୁ ଯାଇଥିବା ବେଳେ ସାପକାମୁଡାରେ ବାଳକର ମୃତ୍ୟୁ ଘଟିଛି । ବାଲେଶ୍ବର ଜିଲ୍ଲା ଔପଦା ଥାନା ମହିଷାଁଡାଳିଗ୍ରାମର ସନାତନମୁର୍ମଙ୍କ ୯ ବର୍ଷର ସାନପୁଅ ବିଶ୍ୱ ସ୍ଥାନୀୟ ଜଙ୍ଗଲକୁ ଛେଳି ଚରାଇଵାକୁ ଯାଇଥିଲା । ଛେଳିକୁ ନେଇ ଘରକୁ ଫେରୁଥିବା ବେଳେ ଜଙ୍ଗଲ ମଧ୍ୟରେ ତାର ଵାମ ହାତ ପାପୁଲି ଉପରକୁ ବିଷଧର ସାପ କାମୁଡି ଦେଇଥିଲା । ସେ ଘରକୁ ଆସି ସାପ କାମୁଡିବା ଘଟଣା ପ୍ରକାଶ କରିଥିଲା । ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇ ଆମ୍ବୁଲାନ୍ସକୁ ଡାକିଥିଲେ ମଧ୍ୟ ଗାଁକୁ ରାସ୍ତା ନଥିବାରୁ କୌଣସି ଗାଡି ସମୟାନୁସାରେ ଆମ୍ବୁଲାନ୍ସ ଯାଇ ପାରିନଥିଲା ।

ବାଧ୍ୟ ହୋଇ ଖଟିଆରେ ଏକ କିଲୋମିଟର ହେବ ଵୋହିକରି ଆଣି ପରେ ଖଇରା ମେଡିକାଲକୁ ଆମ୍ବୁଲାନ୍ସ ଯୋଗେ ଆଣିଥିଲେ । ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଗାଁକୁ ରାସ୍ତା ଥିଲେ ଓ ଆମ୍ବୁଲାନ୍ସ ଯାଇପାରିଥିଲେ ବାଳକର ଜୀବନ ବଞ୍ଚି ଯାଇ ଥାନ୍ତା ଵୋଲି ଆଲୋଚନା ହେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.