ରାଜ୍ୟ

ଅଭାବର କରୁଣ ଚିତ୍ର: ୯ ବର୍ଷର ଝିଅ ତାରିଣୀ ପାଇଁ ଘାତକ ସାଜିଛି ମାରାତ୍ମକ ରୋଗ, ଚିକିତ୍ସା ପାଇଁ ସରକାରୀ ସହାୟତା ହିଁ ଶେଷ ଭରଷା

ଭଞ୍ଜନଗର: ଅଭାବରେ ଥିଲେ ବି ଦୁଃଖ ନଥିଲା । ପଖାଳ ସାଥିରେ, ଖଣ୍ଡେ ପିଆଜ ହେଲେ ପେଟ ପୁରି ଯାଉଥିଲା । ସକାଳୁ-ସଞ୍ଜ ସାହୁକାର ପାଖରେ ମୂଲ ଲାଗିଲେ ଯାହା ମିଳୁଥିଲା , ସେଥିରେ ତେଲ-ଲୁଣର ଅଭାବି ସଂସାର ଚଳିଯାଉଥିଲା । ଠିକ୍ ଏତିକି ବେଳେ ଦୁଃଖ ଉପରେ ବୋଝ ମାଡିଆସିଲା ଏହି ପରିବାର ଉପରକୁ । ଘରର ଅଲିଅଳି ଝିଅର ଜୀବନ ଧିରେ ଧିରେ ଅନ୍ଧାର ଭିତରକୁ ଯିବାକୁ ଲାଗିଲା । ଏବେ କଅଁଳ ବୟସରେ କଷ୍ଟ ଯନ୍ତ୍ରଣାରେ ଆଉଟୁ- ପାଉଟୁ ହେଉଛି ୯ ବର୍ଷର ଝିଅ ତାରିଣୀ । ଘାତକ ସାଜିଛି ମାରାତ୍ମକ ରୋଗ । ଗାଁ ସ୍କୁଲରେ ବାଲଜ୍ୟୋତି କାର୍ଯ୍ୟକ୍ରମରେ ପରୀକ୍ଷା ବେଳେ ଜଣାପଡ଼ିଲା, ଗୋଟିଏ ଆଖି ନଷ୍ଟ ହେବାକୁ ଯାଉଛି । ଧିରେଧିରେ ଦୃଷ୍ଟି ଶକ୍ତି ହରାଇବାକୁ ଲାଗିଛି ତାରିଣୀ ।

ଡାକ୍ତର ପରାମର୍ଶ ଦେଲେ ବ୍ରହ୍ମପୁର ମେଡିକାଲ ଯିବାକୁ । ପରୀକ୍ଷା ପରେ ଯାହା ଜଣାପଡ଼ିଲା, ତାହା ଶୁଣିବା ପରେ ଭାଙ୍ଗି ପଡିଲେ ବାପା-ମା । ଝିଅର ଗୋଟିଏ ଆଖିରେ କ୍ୟାନ୍ସର। ଯଦି ଉପଯୁକ୍ତ ଚିକିତ୍ସା ନହେବ , ତାହେଲେ ଅନ୍ୟ ଆଖି ଟି ମଧ୍ୟ ନଷ୍ଟ ହୋଇଯିବ ବୋଲି ଡାକ୍ତର କହିଲେ । ଏହା ଜାଣିବା ପରେ ମାନସିକ ସ୍ତରରେ ଭାଙ୍ଗିପଡିଲେ ବାପା ମାନସ ତରାଇ । ଦିନମଜୁରିଆ ଭାବେ କାମକରି ପରିବାର ଚଳାଉଥିବା ମାନସ, ନାପେଟପାଇଁ ଦାନା ଯୋଗାଡ଼ କରିବେ, ନା ଝିଅ ତାରିଣୀ ର ଚିକିତ୍ସା କରାଇବେ। ତଥାପି ଘରେ ଯାହାକିଛି ସମ୍ବଳ ଥିଲା, ତାକୁ ବିକା-ଭଙ୍ଗା କରି ଭୁବନେଶ୍ୱର ଯାଇ ଝିଅକୁ ଚିକିତ୍ସା କଲେ । ଗତ ଲକଡାଉନ ଆରମ୍ଭ ହେବାପରେ, ସେ ଆଉ ମୂଲ ଲାଗିବାକୁ ଯାଇପାରିଲେ ନାହିଁ। ଏବେ ପେଟର ଭୋକ କଷ୍ଟ ଅପେକ୍ଷା, ଝିଅର ଚିକିତ୍ସା ଚିନ୍ତା ଅଧିକ କଷ୍ଟ ଦାୟକ ହୋଇଛି।

ଦୁଇ ଝିଅ ଓ ଗୋଟିଏ ପୁଅ । ବଡ଼ପୁଅ ୧୪ ବର୍ଷର । ଦ୍ଵିତୀୟ ସନ୍ତାନ ତଥା ବଡ଼ଝିଅ ତାରିଣୀ , ସାନ ଝିଅ କୁ ୫ ବର୍ଷ । ଗତ ପ୍ରାୟ ୮ ମାସ ହେଲା ଝିଅ ତାରିଣୀ ର ଏଭଳି ଅବସ୍ଥା । ପ୍ରତି ୨୧ ଦିନରେ ଭୁବନେଶ୍ୱର ଯାଇ ଚିକିତ୍ସା କରିବାକୁ ପଡୁଛି । ଏମିତି ଦେଢବର୍ଷ କରିବାକୁ ପଡ଼ିବ । ଔଷଧ ଖର୍ଚ୍ଚ ପାଇଁ ଆହୁରି ଲକ୍ଷାଧିକ ଟଙ୍କା ଦରକାର । ସେଥିପାଇଁ ୧୪ ବର୍ଷର ବଡ଼ପୁଅ ଏବେ ଏକ ରୁଟିଫେକ୍ଟ୍ରିରେ କାମ କରିବାକୁ ପଡୁଛି ।

ଏସଂପର୍କରେ ଆମେ ଭଂଜନଗର ଉପ-ଜିଲ୍ଲାପାଳଙ୍କୁ ଯୋଗାଯୋଗ କରିଥିଲୁ । କ୍ୟାମେରା ଆଗରେ କିଛି କହିନଥିଲେ ମଧ୍ୟ, ତାରିଣୀର ଚିକିତ୍ସା ପାଇଁ ପ୍ରଶାସନିକ ସ୍ତରରେ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ କହିଥିଲେ । ସେହିପରି ସ୍ଥାନୀୟ ସରପଞ୍ଚ ମଧ୍ୟ ସରକାରୀ ସହାୟତା ଯୋଗାଇ ଦେବାପାଇଁ ପ୍ରୟାସ ଆରମ୍ଭ କରିଥିବା କହିଛନ୍ତି । ଅଭାବରେ କରୁଣ ଚିତ୍ର, ବାପା ମାନସ ତରାଇ ଓ ମା ରୀନା ତରାଇ ଙ୍କ ଆଖିର ଲୁହ ଧାର ପାଲଟିଛି । ଝିଅର ଚିକିତ୍ସା ପାଇଁ , ସବୁପ୍ରକାର ଚେଷ୍ଟା ସରିଯିବାପରେ ଏବେ, ସରକାରୀ ସହାୟତାକୁ ଚାହିଁ ରହିଛନ୍ତି ଏହି ଗରିବ ପରିବାର ।

Sonalisa

Recent Posts

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

3 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

19 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

52 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

54 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago