ଚର୍ଚ୍ଚାରେ ୯ ବର୍ଷର ବିସ୍ମୟ ବାଳକ, ଯାହାଙ୍କ ମୁହଁରେ ସାରା ବିଶ୍ୱର କରୋନା ଅପଡେଟ୍

ମାହାଙ୍ଗା: ଜଣେ ୯ ବର୍ଷର ବିସ୍ମୟ ବାଳକ । ଯାହାଙ୍କ ମୁହଁରେ ସାରା ବିଶ୍ୱର କରୋନା ଅପଡେଟ୍ l ଅନର୍ଗଳ ତାଙ୍କ ମୁହଁରୁ ବାହାରୁଛି ସାରା ବିଶ୍ୱ ସମେତ ଦେଶ,ରାଜ୍ୟ ଓ ଜିଲ୍ଲାର କରୋନା ସମ୍ବନ୍ଧିୟ ସମସ୍ତ ଖବର। କରୋନାରେ କେତେ ଜଣ ଆକ୍ରାନ୍ତ ହୋଇଛନ୍ତି , କେତେ ସୁସ୍ଥ ଓ କେତେ ଜଣଙ୍କର ମୃତ୍ଯୁ ହୋଇସାରିଲାଣି ସେ ସବୁ ଖବର ତାଙ୍କ ମୁହଁରେ । ଯାହା ସାଧାରଣତଃ ଆମେ ଟିଭି ଦେଖି ମନେରଖି କହିବା କାଠିକର ପାଠ l କିନ୍ତୁ  ଚତୃର୍ଥ ଶ୍ରେଣୀରେ ପଢୁଥିବା ଜଣେ ବାଳକର ସ୍ମରଣ ଶକ୍ତି ଏତେ ପ୍ରଖର, ଆପଣ ନିଜେ ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ l

କଟକ ଜିଲ୍ଲା ମାହାଙ୍ଗା ମୂଳବସନ୍ତ ଗ୍ରାମର ଚିତ୍ତରଞ୍ଜନ ବେହୁରାଙ୍କ ପୁଅ ହରିହର ବେହୁରା l ମାତ୍ର ୯ ବର୍ଷ ବୟସରେ ସେ ନିଜର ପ୍ରତିଭା ପାଇଁ ଆଜି ଲୋକଲୋଚନକୁ ଆସିପାରିଛନ୍ତି  l ମୂଳବସନ୍ତ ନିକଟସ୍ଥ ସରସ୍ୱତୀ ଶିଶୁ ମନ୍ଦିରରେ ଚତୃର୍ଥ ଶ୍ରେଣୀରେ ପାଠ ପଢ଼ନ୍ତି ହରିହର l ଲକ୍ ଡାଉନ୍ ସମୟରେ ସେ ଘରେ ରହି ୭ ରୁ ୮ ଘଣ୍ଟା ନ୍ଯୁଜ୍ ଦେଖନ୍ତି l କିଛି ସମୟ ପୋଗ ଦେଖନ୍ତି l ୨ ରୁ ୩ ଘଣ୍ଟା ପାଠ ପଢ଼ନ୍ତି । ଆଉ ଅବଶିଷ୍ଟ ସମୟ ଘରେ ରୁହନ୍ତି l ଏହି ଲକ୍ ଡାଉନ୍ ସମୟରେ ମଧ୍ୟ ଲୋକମାନଙ୍କୁ ସଚେତନତା କରିବା ପାଇଁ ନିଜେ କାଗଜରେ ସତର୍କତାର ବାର୍ତା ଲେଖି କାନ୍ଥ ବାଡ଼ରେ ଲଗାଇ ଥିଲେ l

wonder boyଏହି ବିସ୍ମୟ ବାଳକ ଆଗକୁ ଭଲ ପଢିବାର ଲକ୍ଷ ରଖିଛନ୍ତି । କେବଳ ସେତିକି ନୁହେଁ ବରଂ ଡାକ୍ତର ହେବାର ସ୍ୱପ୍ନ ଦେଖୁଛନ୍ତି l ତେବେ ହରିହରଙ୍କ ପ୍ରତିଭା ନିଶ୍ଚିନ୍ତ ଭାବେ ତାଙ୍କୁ ଆଗକୁ ନେବାରେ ସହଯୋଗ ହେବ ବୋଲି ଆଶା କରାଯାଉଛି ଏବଂ ଭଗବାନ ନିଶ୍ଚିତ ତାଙ୍କର ମନସ୍କାମନା ପୂରଣ କରିବେ l

Leave A Reply

Your email address will not be published.