୯୦ କେଜି ଗଞ୍ଜେଇ ଜବତ,ଚାରି ଯୁବକ ଗିରଫ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୋଲିସ ପୋଡାମାରି ରାସ୍ତାରେ ପେଟ୍ରୋଲିଙ୍ଗ ବେଳେ ୯୦ କେଜି ଗଞ୍ଜେଇ ଜବତ ସହ ଦୁଇ ବାଇକ ଏବଂ ଚାରି ଜଣ ଯୁବକ ଙ୍କୁ ଗିରଫ କରିଛି ପୋଲିସ l ଦୁଇ ବାଇକରେ ଦୁଇଟି ଗଂଜେଇ ବସ୍ତା ଧରି ଗଜପତି ଜିଲ୍ଲାରୁ ଆସୁଥିବା ବେଳେ ପୋଲିସର ପେଟ୍ରୋଲିଂ ହାବୁଡ଼ରେ ପଡିଯାଇଥିଲେ l ଦୃତଗତିରେ ଆସୁଥିବା ୨ ଟି ବାଇକକୁ ପୋଲିସ ଟିମ୍ ଅଟକାଇ ଖାନ ତଲାସ କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା | ଗଞ୍ଜେଇ ବ୍ରହ୍ମପୁର ଅଭିମୁଖେ ଯାଉଥିଲା l