କିଛି ଦିନ ଭିତରେ ୨୫ ଲକ୍ଷ ମହିଳାଙ୍କୁ ମିଳିବ ପ୍ରଥମ କିସ୍ତି

ଭୁବନେଶ୍ୱର: ସୁଭଦ୍ରା ଯୋଜନାରେ ଆଉ ୨୫ ଲକ୍ଷ ମହିଳାଙ୍କୁ କିଛି ଦିନ ଭିତରେ ପ୍ରଥମ କିସ୍ତି ସହାୟତା ରାଶି ମିଳିବ । ଆଜି ଭୁବନେଶ୍ୱରରେ ବିଜେପିର ଏକ ସଦସ୍ୟତା ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପର୍ଯ୍ୟାୟକ୍ରମେ ମୋଟ କୋଟିଏ ମହିଳାଙ୍କୁ ଦିଆଯିବ ସୁଭଦ୍ରା ସହାୟତା ।

ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍ତି, ସୁଭଦ୍ରା’ ଯୋଜନାରେ ଏଯାଏଁ ୯୨ ଲକ୍ଷ ମହିଳା ଆବେଦନ କରିସାରିଲେଣି । ଆଉ ସପ୍ତାହେ ଭିତରେ ଏକ କୋଟି ଆବେଦନ ଆସିଯିବ । ୧ କୋଟି ମହିଳାଙ୍କୁ ନିଶ୍ଚିତ ଟଙ୍କା ମିଳିବ । କିଏ ଆଗ ଓ କିଏ ପରେ ପାଉଛି । କିନ୍ତୁ ସମସ୍ତେ ନିଶ୍ଚିତ ପାଇବେ । ସମସ୍ତଙ୍କୁ ଟିକେ ଧୈର୍ଯ୍ୟ ରଖିବାକୁ ହେବ ।

E-KYC ପାଇଁ ଟିକେ ସମୟ ଲାଗୁଛି । ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଟଙ୍କା ଦିଆସରିଛି । ଆସନ୍ତା ମାର୍ଚ୍ଚ ୮ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଟଙ୍କା ଦିଆଯିବ । କିନ୍ତୁ ଦ୍ୱିତୀୟ କିସ୍ତି ଟଙ୍କା ଏକକାଳୀନ ସମସ୍ତ ୧ କୋଟି ହିତାଧିକାରୀଙ୍କୁ ଦିଆଯିବ । ଆସନ୍ତା ମାର୍ଚ୍ଚ ୮ରେ ମହିଳା ଦିବସରେ ଦ୍ୱିତୀୟ କିସ୍ତି ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like