Categories: ରାଜ୍ୟ

ପାର୍ବଣ କଟକଣା ମୁତୟନ ହେବେ ୯୩ ପ୍ଲାଟୁନ୍‌ ପୋଲିସ ଫୋର୍ସ, ୧୦ତାରିଖ ଯାଏଁ କଟକଣା ଜାରି

ଦୁର୍ଗାପୂଜାରେ ବିଳମ୍ବିତ ରାତି ପଯ୍ୟର୍ନ୍ତ ଡିଜେ ସାଉଣ୍ଡ ଓ ମେଲୋଡି ଉପରେ କଟକଣା । ରାତି ୧୨ଟା ପରେ ମେଲୋଡି ମନା । ଏନେଇ ସମସ୍ତ ପୂଜା କମିଟି ସହ ଆଲୋଚନା କରି ନିଷ୍ପତ୍ତିି ନେଇଛି କମିଶନରେଟ ପୋଲିସ । ସେହିଭଳି ଟୁଇନସିଟିରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି । ଆଇନଶୃଙ୍ଖଳା ରକ୍ଷା ପାଇଁ ମୁତୟନ ହେବେ ୯୩ ପ୍ଲାଟୁନ୍‌ ପୋଲିସ ଫୋର୍ସ । ସେହିପରି ଟ୍ରାଫିକ୍‌ ନିୟନ୍ତ୍ରଣ କରିବେ ୨ ହଜାର ସ୍ପେସାଲ ପୋଲିସ ଅଫିସର ।

ଟୁଇନସିଟିରେ ଦୁର୍ଗା ପୂଜା କମିଟିଗୁଡ଼ିକୁ କମିଶନରେଟ ପୋଲିସର ଛାଟ । ରାତି ୧୨ଟା ପରେ ମେଲୋଡି କାଯ୍ୟର୍କ୍ରମ ହୋଇପାରିବ ନାହିଁ । ଡିଜେ ସାଉଣ୍ଡ ବି ବାଜିବ ନାହିଁ । ଖିଲାପ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ୧୦ତାରିଖ ଯାଏଁ ଏହା ଏହି କଟକଣା କରିଛି କମିଶନରେଟ ପୋଲିସ । ସେହିଭଳି ୬୦ ଡେସିବଲରୁ ଅଧିକ ଧ୍ୱନିର ଡିଜେ ବାଜିବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି ।

ପାର୍ବଣ ପାଇଁ ଟୁଇନସିଟିରେ ସୁରକ୍ଷା ବ୍ୟବସ୍ଥା କଡାକଡି । ମୁତୟନ ହେବେ ୯୩ ପ୍ଲାଟୁନ୍‌ ପୋଲିସ ଫୋର୍ସ । ଟ୍ରାଫିକ୍‌ ନିୟନ୍ତ୍ରଣ କରିବେ ୨ହଜାର ଜଣ ସ୍ପେସାଲ ପୋଲିସ ଅଫିସର । ଭୁବନେଶ୍ୱରରେ ୧୭୯ଟି ମେଢ଼ ମଧ୍ୟରୁ ୧୬ଟି ଚାନ୍ଦିମେଢ଼ ରହିଛି । ଏଠାରେ ୩୦ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ । ସେହିଭଳି କଟକରେ ୨୩୬ଟି ମେଢ଼ ରହିଛି । ୬୩ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ । ୨ହଜାର ଏସପିଓଙ୍କୁ ଟ୍ରେନିଂ ଦିଆଯାଇଛି । ଟ୍ରାଫିକ୍‌ ଓ ଜନଗହଳିପୁର୍ଣ୍ଣ ସ୍ଥାନରେ ସେମାନେ ମୁତୟନ ହେବେ । ପୂଜା ସମୟରେ ସହର ଭିତରକୁ ଭାରିଯାନ ପ୍ରବେଶ ଉପରେ କଟକଣା ଲଗାଇଛି ପୋଲିସ । ଭସାଣ ଉତ୍ସବ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯିବ । ଅପରାଧିଙ୍କ ଉପରେ କଡା ନଜର ରଖଛି କମିଶନରେଟ ପୋଲିସ ।

KNews Bureau

Recent Posts

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

34 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

41 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

57 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

2 hours ago