ଗଛ ମୂଳେ ପଢୁଛନ୍ତି ୯୫ ଛାତ୍ରଛାତ୍ରୀ, ମରାମତି ପରିବର୍ତ୍ତେ ଛାତ ଭଙ୍ଗାଯାଇଥିବା ଅଭିଯୋଗ
ଗଛ ମୂଳେ ପାଠ ପଢୁଛନ୍ତି ୯୫ ଛାତ୍ର ଛାତ୍ରୀ । ଏଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ସରକାରୀ ଶାସ୍ତ୍ରୀଜୀ ପ୍ରାଥମିକ ବିଦ୍ୟାଳୟର । ସ୍କୁଲ ଖୋଲିବା ଦିନ ଠାରୁ ବାହାରେ ପଢୁଛନ୍ତି ଛାତ୍ରଛାତ୍ରୀ । ଦୁଇଟି ଶ୍ରେଣୀ ଗୃହରୁ ଗୋଟିଏରୁ ପାଣି ଗଲୁଥିଲା। ଏହି ଘରକୁ ମରାମତି କରିବା ପରିବର୍ତ୍ତେ ଦୁଇଟି ଘରର ଛାତକୁ ପଞ୍ଚାୟତ ପକ୍ଷରୁ ଭାଙ୍ଗି ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଛାତ ପକାଇବା ଆଳରେ ଲକ୍ଷାଧିକ ଟଙ୍କା ହଡ଼ପ ଉଦ୍ୟମ ଚାଲିଥିବା ରାଜକନିକା ବିଡ଼ିଓଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏମିତି କି ପୂର୍ବରୁ ଥିବା ଥିବା ସ୍କୁଲଘର ବିପଦ ସଂକୁଳ ଘୋଷଣା ହୋଇଥିଲେ ମଧ୍ୟ ସେ ଘର ଭଙ୍ଗା ନଯାଇ ପିଲା ପଢ଼ୁଥିବା ଶ୍ରେଣୀ ଗୃହକୁ କାହିଁକି ଭଙ୍ଗାଗଲା ବୋଲି ପ୍ରଶ୍ନ କରିବା ସହିତ ଘଟଣାର ତଦନ୍ତ ଦାବି କରିଛନ୍ତି ଗାଁ ଲୋକେ । ଅନ୍ୟପଟେ ବିଡ଼ିଓ କହିଛନ୍ତି ତଦନ୍ତ କରିବା ସହିତ ପିଲାଙ୍କ ପଢିବା ପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ ।