ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ : ୯୮ ଏଟିଏମ କାର୍ଡ ଜବତ, ଠକ ଗିରଫ

ଟାର୍ଗେଟରେ ବରିଷ୍ଠ ନାଗରିକ । ବିପୁଳ ସଂଖ୍ୟାରେ ATM କାର୍ଡ ଜବତ । ୯୮ଟି ଏଟିଏମ କାର୍ଡ ଜବତ କଲା ପୁରୀଘାଟ ଥାନା ପୋଲିସ । ନଗଦ ୨୦ ହଜାର ଟଙ୍କା ଜବତ ହୋଇଥିବା ବେଳେ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏଟିଏମ କାଉଣ୍ଟର ଭିତରେ ସାହାଯ୍ୟ କରିବ କହି କାର୍ଡ ବଦଳ କରୁଥିଲା ଅଭିଯୁକ୍ତ । ଅଚଳ ହୋଇ ଯାଇଥିବା କାର୍ଡ ଧରାଇ ଦେଇ ସଚଳ କାର୍ଡ ନେଇ ଫେରାର ହୋଇ ଯାଉଥିଲା ଅଭିଯୁକ୍ତ । ଗିରଫ ଅଭିଯୁକ୍ତ ଜି ରାଜା ରାଓ । ଦୀର୍ଘ ଦିନ ଧରି ଏପରି ଠକି କାର୍ଡ ନେଇ ଟଙ୍କା ବାହାର କରୁଥିଲା ଅଭିଯୁକ୍ତ । ଆନ୍ଧ୍ର ପ୍ରଦେଶରେ ମଧ୍ୟ ଅଭିଯୁକ୍ତ ନାଁରେ ମାମଲା ରହିଛି । ଆନ୍ତଃ ରାଜ୍ୟ ଠକେଇରେ ରହିଛି ସଂପୃକ୍ତି। ଏନେଇ ଅତିରିକ୍ତ ଡିସିପି ଅନିଲ ମିଶ୍ର ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like