ସ୍କୁଲ୍ ଯାଉଥିବାବେଳେ ଧକ୍କା ଦେଲା ହାଇୱା, ଆଖି ବୁଜିଲେ ନବମ ଶ୍ରେଣୀ ଛାତ୍ରୀ

ସମ୍ବଲପୁର(କେନ୍ୟୁଜ୍): ହାଇୱା ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ତଳି ଛକ ଠାରେ। ହାଇୱା ଧକ୍କାରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ରୀ ଜଣକ ଆଜି ସକାଳ ୯.୩୦ ମିନିଟରେ ସ୍କୁଲ୍ ଯିବା ପାଇଁ ତଳି ଛକ ପାରି ହେଉଥିବା ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ୧୨ଚକିଆ ହାଇୱା ଛାତ୍ରୀଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଛାତ୍ରୀଙ୍କ ମୃତ୍ୟୁ ହୋଇଯାଇଥିଲା।

ଘଟଣାସ୍ଥଳରେ ତୁରନ୍ତ ଅଇଁଠାପାଲି ପୋଲିସ୍ ପହଞ୍ଚି ମୃତ ଛାତ୍ରୀଙ୍କୁ ବୁର୍ଲା ମେଡିକାଲ ପଠାଇଥିବା ବେଳେ, ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.