ନବରାତ୍ରରେ ଦାଣ୍ଡିଆ କାର୍ଯ୍ୟକ୍ରମ ପ୍ରସ୍ତୁତି ବେଳେ ରେଡ୍ କଲା BMC, 9TH ଷ୍ଟ୍ରିଟ ରେଷ୍ଟୁରାଣ୍ଟକୁ ସିଲ୍

ଭୁବନେଶ୍ୱର(କେନ୍ଯୁଜ୍): ନବରାତ୍ରରେ ଦାଣ୍ଡିଆ କାର୍ଯ୍ୟକ୍ରମ କରିବାକୁ ପ୍ରସ୍ତୁତି କରୁଥିବା ବେଳେ ରେଡ଼ କଲା BMC । ଭୁବନେଶ୍ୱର ନିକୋ ପାର୍କ ପାଖରେ ଥିବା 9TH ଷ୍ଟ୍ରିଟ ରେଷ୍ଟୁରାଣ୍ଟକୁ ସିଲ କରିଛି ବିଏମସି । ରେଷ୍ଟୁରାଣ୍ଟ ଫେସବୁକରେ ଅନ୍‌ଲାଇନରେ ଆଗୁଆ ଟିକେଟ ବିକ୍ରି ପାଇଁ ବିଜ୍ଞାପନ ଦେଇଥିଲା ।

ସୂଚନା ଥାଉକି ଚଳିତ ବର୍ଷ ପାର୍ବଣରେ ଭିଡ଼ ରୋକିବା ପାଇଁ ଟ୍ବିନ୍  ସିଟିରେ କଡ଼ା ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି। କରୋନା କଟକଣା ଭିତରେ ଚାଲିଥିଲା ପୂଜାର୍ଚ୍ଚନା। ପୂଜାକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବା ପାଇଁ ଗତ ଦୁଇ ଦିନ ହେବ କଟକ, ଭୁବନେଶ୍ୱରରେ ରାତି ଆଠଟାରୁ ଲାଗୁ ହେଇଛି ନାଇଟ କର୍ଫ୍ୟୁ । ରାତି ୮ଟାରୁ ସକାଳ ୫ଟା ଯାଏ ଜାରି ରହିବ ନାଇଟ କର୍ଫ୍ୟୁ। କଟକରେ ମୁତୟନ ହେଇଛନ୍ତି ୩୨ ପ୍ଲାଟୁନ ଫୋର୍ସ ।

୨୦ ଚେକ୍‌ ପୋଷ୍ଟ ସହ ଶହେ ପୋଲିସ ଅଧିକାରୀ ଓ ୧୫୦ରୁ ଅଧିକ ହୋମଗାର୍ଡଙ୍କୁ ନିୟୋଜିତ କରାଯାଇଛି। ମଦୁଆଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ସ୍କାର୍ଡ ମଧ୍ଯ ପ୍ରସ୍ତୁତ କରାଯାଇଛି। ପୂଜାରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ପ୍ରତି କଠୋର ପଦକ୍ଷେପ ନିଆଯିବ ବୋଲି ପୋଲିସ କମିଶନର ଚେତାବନୀ ଦେଇଛନ୍ତି। ପୂଜା ଆରମ୍ଭ ପୂର୍ବରୁ ବହୁ ଅମାନିଆ ଲୋକଙ୍କୁ ଗିରଫ ହୋଇଥିଲେ। ଆଉ ୨୦୩ ଜଣଙ୍କୁ ଧରିବା ପାଇଁ ତାଲିକା ପ୍ରସ୍ତୁତ ହୋଇଛି।ନାଇଟ୍‌ କର୍ଫ୍ୟୁକୁ କ଼ଡାକଡି ପାଳନ କରିବା ପାଇଁ ରାତିରେ ସ୍ପେଶାଲ୍‌ ସ୍କ୍ଵାର୍ଡ ନିୟୋଜିତ କରାଯିବା ସହ ସାଦା ପୋଷାକ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। କୋଭିଡ କଟକଣାରେ ଚଳିତବର୍ଷ ଦୁର୍ଗାପୂଜା ପାଳନ କରାଯାଉଛି।

ତେବେ ଗତ ଥର ପରି ଏଥରର ବି କରୋନା କଟକଣା ଯୋଗୁଁ ଲୋକଙ୍କ ମଧ୍ୟରେ ସେଭଳି ଉତ୍ସାହ ଦେଖିବାକୁ ମିଳିନି। ଏହାବାଦ ପୂଜା ସମୟରେ ସଂକ୍ରମଣ ଉପର ମୁହାଁ ହେବା ଆଶଙ୍କା କରି ଦୈତ୍ୟ ନଗରୀ କଟକ ଓ ଭୁବନେଶ୍ୱରରେ ଗତ ତିନି ଦିନ ହେଲା ନାଇଟ କର୍ଫ୍ୟୁ କଡାକଡି ଭାବେ ପାଳନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.