ଫାୟାରିଂ ଟ୍ରେନିଂ ବେଳେ ଅଘଟଣ : ବୃଦ୍ଧା ଗୁରୁତର

oldmanଅନୁଗୁଳ : ଗୁଳି ଚାଳନା ଅଭ୍ୟାସ ବେଳେ ଅଘଟଣ ଘଟିଛି। ଗୁଳି ବାଜି ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନୁଗୁଳ ଶରଧାପୁର ଗାଁରେ ସିଆଇଏସଏଫ ଫାୟାରିଂ ଟ୍ରେନିଂ ନେଉଥିବାବେଳେ ଗୁଳିଟି ଏକ ଘରର କାନ୍ଥ ଭେଦି ବୃଦ୍ଧା ବଦନି ମିଶ୍ରଙ୍କ ଦେହରେ ବାଜିଥିଲା।

ଆଜି ସକାଳେ ସରହି ପଡିଆରେ ସିଆଇଏସଏଫ ପକ୍ଷରୁ ଗୁଳି ଚାଳନାଅଭ୍ୟାସ ଚାଲିଥିଲା। ତେବେ ହତାଠ୍ ଏକ ଗୁଳି ଆସି ଘର ଭିତରେ ବସିଥିବା ବଦନିଙ୍କ ଛାତିରେ ବାଜିଥିଲା। ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Leave A Reply

Your email address will not be published.