ଥମୁନି NAC ଦାବି: ରାଜ୍ୟର ବିଭିନ୍ନ ସ୍ଥାନରେ ୧୨ଘଣ୍ଟିଆ ବନ୍ଦ ପାଳନ

ରାଜ୍ୟର ବିଭିନ୍ନ ସ୍ଥାନରେ ତେଜୁଛି NAC ନିଆଁ। NAC ଘୋଷଣା ଦାବିରେ ଆଜି ବିଭିନ୍ନରେ ୧୨ଘଣ୍ଟିଆ ବନ୍ଦ ପାଳନ ।

ଭୁବନେଶ୍ୱର (କେନ୍ୟୁଜ): ଥମୁନି NAC ଦାବି ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି ।  NAC ଘୋଷଣା ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ସୁବଳୟାରେ ଦୋକାନ ବଜାର, ସରକାରୀଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବା ସହ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି। ଆଜି ସକାଳ ୬ ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଂଟିଆ ସୁବଳୟା ବନ୍ଦ ପାଳନ କରାଯିବ । ଦାବି ପୁରଣ ନହେଲେ ଆଗକୁ ଯୋରଦାର ଆନ୍ଦୋଳନର ଧମକ ଦେଇଛନ୍ତି ସୁବଳୟାବାସୀ।

ସେହିପରି NAC ଦାବିରେ ବଙ୍ଗୋମୁଣ୍ଡାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ଯୋଗୁ ଦୋକାନ ବଜାର, ଅଖଚକ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଜରୁରୀ କାଳୀନ ସେବାକୁ ବାଦ ଦିଆଯାଇଛି। ଏବେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲୁରହିଥିବାରୁ ଶିକ୍ଷାନୁଷ୍ଠାନକୁ ବି ବାଦ ଦିଆଯାଇଛି। ଏହି ବନ୍ଦକୁ ସମର୍ଥନ କରିଛନ୍ତି ବଙ୍ଗୋମୁଣ୍ଡାର ସମସ୍ତ ସଂଗଠନ ।

ବାଲେଶ୍ୱର ଜିଲ୍ଲା ବା଼ଲିଆପାଳକୁ NAC ମାନ୍ୟତା ଦାବିରେ ବନ୍ଦ ପାଳନ କରାଯାଇଛି। ସ୍ୱାଭିମାନ ମଞ୍ଚ ପକ୍ଷରୁ ସକାଳ ୭ରୁ ଅପରାହ୍ନ ୨ଟା ଯାଏ ବନ୍ଦ ପାଳନ କରାଯାଇଛି। ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତାରୋକ, ଦୋକାନ ବଜାର ବନ୍ଦ କରିଛନ୍ତି।

ଅନ୍ୟପଟେ ଆସନ୍ତା କାଲି ଏହାର ପ୍ରତିବାଦରେ ସୋରରେ ଡ଼ାକବାଜି ଯନ୍ତ୍ରରେ ପ୍ରଚାର କରାଯିବା ସହିତ ଵୁଧବାର ୧୦ ଘଣ୍ଟିଆ ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଶିକ୍ଷା ଅନୁଷ୍ଠାନ,ଓ ଅତ୍ୟାବଶ୍ୟକ ସେବା ବାଦ୍ ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.