ରାଜ୍ୟ

ଗଞ୍ଜାମ:ଅନ୍ଧ ବିଶ୍ବାସର ଅନ୍ଧ ଗଳିରୁ ମୁକୁଳି ପାରୁନି ମଣିଷ,ରାତାରାତି କୋଟିପତି ହେବାର ନିଶାରେ ୧୨ ବର୍ଷର ନାବାଳିକାକୁ ନରବଳି ଉଦ୍ୟମ

ଗଞ୍ଜାମ(କେନ୍ୟୁଜ୍): ଗୁଣି ଗାରିଡି ଓ ତନ୍ତ୍ର ମନ୍ତ୍ର ଭଳି ଭୌତିକ ଓ ତାନ୍ତ୍ରିକ ବିଶ୍ୱାସ ପ୍ରତି ଅନେକ ଲୋକେ ବିଶ୍ୱାସ  ହରାଇଥିବା ବେଳେ ଆଉକିଛି ହାତଗଣତି  ଲୋକଙ୍କ ଆଚରଣ ଗାଁ ଗଣ୍ଡାରେ ଅଭାବନୀୟ ଘଟଣା ସୃଷ୍ଟି କରୁଛି । ତେବେ ଗଞ୍ଜାମ ଜିଲ୍ଲାରେ ତନ୍ତ୍ର ବିଦ୍ୟାର ଚରମ ସୀମା ପାର ହୋଇଥିବା  ଦେଖିବାକୁ ମିଳିଛି । ଗଞ୍ଜାମ ଜିଲ୍ଲା ଆସିକା ଥାନା ଅର୍ନ୍ତଗତ ଚଷା ପିତ୍ତଳ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା ।କୋଟିପତି  ହେବା ଆଶାରେ ଜଣେ ୧୨ ବର୍ଷର ନାବାଳିକାକୁ ଉଠାଇନେଇ  ନରବଳି ଦେବାକୁ ଉଦ୍ୟମ କରିଥିବା ସମୟରେ ଗାଁ ଲୋକଙ୍କ ତାଙ୍କୁ ପ୍ରତିବାଦ କରିଥିଲେ । ପରେ ଘଟଣା  ସ୍ଥଳକୁ ପୋଲିସ ଆସି ଅପରାଧୀ ଓତାଙ୍କ ଦୁଇ ସାଥୀକୁ ଗିରଫ କରିଛନ୍ତି  ।

 ସୂଚନା ଅନୁଯାୟୀ ଚଷାପିତ୍ତଳ ଗାଁର ସୁନ୍ଦର ଗୌଡଙ୍କ ସ୍ତ୍ରୀ ଆର ପାରିକୁ ଚାଲିଗଲା ପରେ ସେ ତାଙ୍କର ଛୋଟ ଛୋଟ ତିନି ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କ ଅଭାବି ସଂସାର ଚଳାଉଛନ୍ତି । ପୁର୍ବରୁ ତିନି ଝିଅ ବିବାହ କରିସାରିବା  ପରେ ସେ ତାଙ୍କ ସାନ ଝିଅ ଓ ପୁଅ ସହିତ ରହୁଥିଲେ । ସେହି ଗ୍ରାମର ଚିତ୍ରସେନ  ତରାଇ ନାମକ ଜଣେ ବ୍ୟକ୍ତି ସୁନ୍ଦର ଗୌଡଙ୍କ ୧୨ ବର୍ଷର ସାନ  ଝିଅକୁ   ମାରଣାସ୍ତ୍ର ଦେଖାଇ ଅପହରଣ କରିବାକୁ ଉଦ୍ୟମ କରିଥିଲେ ।କେବଳ ସେତିକି ନୁହେଁ ପରବର୍ତ୍ତୀ ସମୟରେ ନାବାଳିକାଙ୍କ ବଡ ଭାଇଙ୍କୁ ୩୦ ହଜାର ଟଙ୍କାର ଲୋଭ ମଧ୍ୟ ଦେଖାଇଥିଲେ । ସେଥିରେ ପରିବରେ ଲୋକେ ରାଜି ନ ହେବାରୁ   ଚିତ୍ରସେନ ଖଣ୍ଡା ଭୁଜାଲି ଦେଖାଇ ଗାଁରେ ଆତଙ୍କ ସୃଷ୍ଟି କରିଥିଲା । ଏହି ଘଟଣାକୁ ଗ୍ରାମବାସୀ  ପ୍ରତିବାଦ ମଧ୍ୟ କରିଥିଲେ ।

ଶେଷରେ ଘଟଣା ସ୍ଥଳକୁ ପୋଲିସ ପହଞ୍ଚି ଚିତ୍ରସେନ ଓ ତାଙ୍କ  ଦୁଇ ସାଥୀକୁ ଗିରଫ କରିବା ସହିତ ତାଙ୍କ ନିକଟରୁ ଖଣ୍ଡା ଓ ବାଇକ୍‌ ଜବତ କରିଥିଲେ । ପୋଲିସ ଅପରାଧୀଙ୍କୁ ପଚରା ଉଚରା କରିବାରୁ ସେମାନେ ପୋଲିସଙ୍କ ସାମନାରେ ନିଜ ଅପରାଧ ସ୍ୱିକାର କରିଥିଲେ । ତନ୍ତ୍ର ସାଧନା ପାଇଁ ନରବଳି ଦେଲେ ରାତାରାତି କୋଟିପତି ହେବାର ନିଶା ତାଙ୍କୁ  ଘାରିଥିଲା । ଏହି ତନ୍ତ୍ର ସାଧନାରେ ସଂପୃକ୍ତ ଆଉ ପାଞ୍ଚ ଜଣ ବର୍ତ୍ତମାନ ପର୍ଯ୍ୟନ୍ତ ଧରା ପଡି ନାହାନ୍ତି ।

ଅନ୍ୟପକ୍ଷରେ ବଳି ଏବଂ ନରବଳି ଭଳି ଘୃଣ୍ୟ ଅପରାଧକୁ କିଛି ଆଧ୍ୟାତ୍ମିକବାଦୀ ଓ ଦେବୀ ପିଠର ସାଧକମାନେ ନିନ୍ଦା କରିଛନ୍ତି ।

KNews Bureau

Recent Posts

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

5 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

22 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

54 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

57 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago