ଭୁବନେଶ୍ବର: ଅବସରପ୍ରାପ୍ତ IASଙ୍କ ଘରେ ନାବାଳିକା ଶିଶୁ ଶ୍ରମିକ, ଉଦ୍ଧାର କଲା ଚାଇଲ୍ଡ ଲାଇନ ଓ ନୟାପଲ୍ଲୀ ପୋଲିସ

କେନ୍ୟୁଜ୍(ବ୍ୟୁରୋ): ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ହୋଇ ଭୁଲି ଯାଇଥିଲେ ଶିଶୁ ଶ୍ରମିକ ବେଆଇନ ବୋଲି। ନିଜ ଘରେ ୧୨ ବର୍ଷର ନାବାଳିକାକୁ ଘରେ କାମ କରାଉଥିଲେ ଜଣେ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀ। ଏଭଳି ଅଭିଯୋଗ ଆସିଛି ଭୁବନେଶ୍ବରର ନୟାପଲ୍ଲୀ ଥାନା ଅଧୀନସ୍ଥ ଆଇ.ଆର.ସି ଭିଲେଜ ଅଞ୍ଚଳରୁ। ମିଳିଥିବା ସୂଚନା ମୁତାବକ ଆଇଆରସି ଭିଲେଜରେ ରହୁଥିବା ଜଣେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନିଜ ଘରେ  ଜଣେ ୧୨ ବର୍ଷ ବୟସର ନାବାଳିକାକୁ  ନିଜ ଘରେ  କାମ କରାଉଥିଲେ।

ନାବାଳିକାର ଘର ଗଞ୍ଜାମ ଜିଲ୍ଲାରେ। ତା ବାପା ବ୍ରହ୍ମପୁରରେ ରିକ୍ସା ଟଣନ୍ତି ଓ ତା ମା ମଧ୍ୟ ପର ଘରେ କାମ କରନ୍ତି। ଘରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ନାବାଳିକା ଜଣକ ପଞ୍ଚମ ଶ୍ରେଣୀରୁ ପାଠ ଛଡାଇ ବ୍ରହ୍ମପୁରର ଜଣେ ବ୍ୟକ୍ତି ଘର କାମରେ  ନିୟୋଜିତ କରାଇଥିଲେ । ସେଠାର ଗତ ନଭେମ୍ବର ୨୦୨୦ରେ ନାବାଳିକା ଜଣକୁ ଏହି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଜଣକ ଆଣିଥିବା ସୂଚନା ମିଳିଛି।

ଏହି ପ୍ରଶାସନିକ ଅବସର ପ୍ରାପ୍ତ ପ୍ରଶାସନିକ ଅଧିକାରୀଙ୍କ   ପୁଅ ହାଇଦ୍ରାବାଦ ସ୍ଥିତ ନ୍ୟାସନାଲ ଲ ୟୁନିଭରସିଟିରେ ପ୍ରଫେସର ଭାବରେ କାର୍ଯ୍ୟ କରନ୍ତି  ଏବଂ ତାଙ୍କ ଝିଅ ଆଇଆରସି ଭିଲେଜରେ  ଏକ ଇଂରାଜୀ ମଧ୍ୟମ ବିଦ୍ୟାଳୟ ଚଳାନ୍ତି । ଏହି ନାବାଳିକା ସମ୍ପର୍କରେ ସୂଚନା ପାଇବା ଚାଇଲ୍ଡଲାଇନ ଓ  ନାୟାପଲ୍ଲୀ ପୋଲିସ ମିଳିତ ସହାୟତାରେ ଶିଶୁଟିକୁ ଉଦ୍ଧାର କରିଥିଲା । ନାବାଳିକାଟିକୁ ଏବେ CWCକୁ ସ୍ଥାନାନ୍ତର  କରାଯାଇଛି।

Leave A Reply

Your email address will not be published.